କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି
Congress: ଲୋକସଭା ନିର୍ବାଚନ 2024 ପୂର୍ବରୁ ରାଜ୍ୟ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା । ପୂର୍ବତନ କଂଗ୍ରେସ ବିଧାୟକ ଆଂଶୁମାନ ମହାନ୍ତି ଦଳ ଛାଡିଥିବା ନେଉ ସୂଚନା ରହିଛି । ସେ ପିପିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ସୂଚନାଥାଉ ଯେ, ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ କେନ୍ଦ୍ରାପଡ଼ା ରାଜନଗରୁ କଂଗ୍ରେସ ବିଧାୟକ ଥିଲେ । ଅଂଶୁମାନ ମହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଟାଣୁଆ ଯୁବ ନେତା ଥିଲେ । ତେବେ ସେ କେଉଁ କାରଣରୁ ଦଳ ଛାଡିଛନ୍ତି ସେ ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ । ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ବରିଷ୍ଠ କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ପୁଅ ।

ଏହାପୂର୍ବରୁ ବରଗଡ଼ ଆତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ହାତ ଛାଡିଥିଲେ । ତେବେ ଆଗକୁ ନିର୍ବାଚନ ଥିବାରୁ ଦଳର ବରିଷ୍ଠ ନେତା ଦଳ ଛାଡିବାକୁ ନେଇ ଚହଳ ସୃଷ୍ଟି ହୋଇଛି ।












Click it and Unblock the Notifications