ବିଧାନସଭା ପରିସରରେ ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କରୁଛନ୍ତି ସବୁ ଦଳର ନେତା

ବିଧାନସଭାରେ ପୂର୍ବତନ ମନ୍ତ୍ରୀ ତଥା ୪ଥରର ବିଧାୟକ ଅନନ୍ତ ଦାସଙ୍କ ମରଶରୀର । ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ବୟସ ବର୍ଗର ଲୋକ । ସବୁ ଦଳର ରାଜନେତା ବିଧାନସଭାରେ ଶେଷ ଦର୍ଶନ କରୁଛନ୍ତି। ଏହାପୂର୍ବରୁ ଭୁବନେଶ୍ବର ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ଲୋକେ ଆସି ଅନନ୍ତ ଦାସଙ୍କ ଅନ୍ତିମ ଦର୍ଶନ କରିଥିଲେ । ଭୋଗରାଇର ପୂର୍ବତନ ବିଧାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତଚରଣ ଦାସ ଶୋକ ପ୍ରକାଶ କରିଛନ୍ତି ।

Anant Das

ଆଜି ଭୋର ସାଢେ ୩ଟା ବେଳେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଭୋଗରାଇରୁ ଲଗାତର ୪ ଥର ବିଧାୟକ ହୋଇଥିଲେ ଅନନ୍ତ ଦାସ । ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ହୋଇଥିଲେ । ୨୦୧୪ରେ ସେ ଦୁଇଟି ବିଭାଗର ମନ୍ତ୍ରୀ ହୋଇଥିଲେ। ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗର ମନ୍ତ୍ରୀ ହୋଇଥିଲେ ଅନନ୍ତ ଦାସ । ବିଧାୟକ ହେବା ପୂର୍ବରୁ ବିଡିଓ, ତହସିଲଦାର ଏବଂ ପୁରୀରେ ନବକଳେବର ସମୟରେ ଏଡିଏମ୍‌ ମଧ୍ୟ ହୋଇଥିଲେ । ୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କୁରୁଠିଆରେ ସେ ଜନ୍ମଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+