Get Updates
Get notified of breaking news, exclusive insights, and must-see stories!

ବିଜେପି ଛାଡିଲେ ରଘୁନାଥ ମହାନ୍ତି

Raghunath Mohanty Resigned From The BJP: ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ସେ ନିଜ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା ନେଇ କହିଛନ୍ତି । ବସ୍ତ ବିଧାନସଭା କ୍ଷେତ୍ରରୁ ସେ ୫ ଥର ପ୍ରତିନିଧିତ୍ୱ କରିଥିଲେ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ମନ୍ତ୍ରୀ ଥିଲେ ରଘୁ । ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ରଘୁନାଥ ମହାନ୍ତି ଯାହା ପରେ ତାଙ୍କୁ ବିଜେଡି ନିଲମ୍ବିତ କରିଥିଲା, ପରେ ସେ ବିଜେପିରେ ଯୋଗଦେଇଥିଲେ ।

Raghunath Mohanty resigned


ସୂଚନାଥାଉ ଯେ, ରଘୁନାଥ ମହାନ୍ତି ଲଗାତାର ୫ ଥର ବସ୍ତା ଆସନକୁ ବିଜୟୀ ହୋଇଥିଲେ । ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ଜନତା ଦଳ ଟିକେଟରୁ ଏବଂ ପରେ ବିଜେଡିରୁ ତାଙ୍କୁ ଟିକେଟ୍ ମିଳିଥିଲା । ବିଜେଡି ପକ୍ଷରୁ ଟିକେଟ୍ ପାଇ ତିନିଥର ସମାନ ଆସନରୁ ବିଜୟ ଲାଭ କରିଥିଲେ । ହେଲେ ୧୦୧୪ରେ ବଧୂ ନିର୍ଯାତନା ମାମଲାରେ ଗିରଫ ହେବା ପରେ ଦଳ ତାଙ୍କୁ ଆଉ ଟିକେଟ୍ ଦେଇ ନଥିଲା ଏବଂ ଦଳ ପକ୍ଷରୁ ତାଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା ।

ପରେ ୨୦୧୯ରେ ରଘୁନାଥ ମହାନ୍ତି ବିଜେପି ପକ୍ଷରୁ ଟିକେଟ୍ ପାଇ ବସ୍ତା ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ହେଲେ ସେ ହାରିଯାଇଥିଲେ । ତେବେ ରଘୁଙ୍କ ଇସ୍ତଫା ପରେ ଚର୍ଚ୍ଚା ହେଉଛି ସେ ନିଜ ପୁରୁଣା ଦଳ ବିଜେଡିକୁ ଫେରି ପାରନ୍ତି । ଅନ୍ୟପଟେ ବାଲେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ନାଁ ଘୋଷଣା କରିନଥିବାରୁ ରାଜନୈତୀକ ମାହୋଲରେ ଉଷ୍ନତା ଦେଖାଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+