କଂଗ୍ରେସକୁ ପୁଣି ଝଟକା: ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ

ଦଳ ଛାଡିଦେଲେ ନବୀନ । କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ । ଢେଙ୍କାନାଳରେ ପ୍ରେସମିଟ୍‌ରେ କଂଗ୍ରେସରୁ ଇସ୍ତଫା ଘୋଷଣା କଲେ ନବୀନ । ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ବି ଇସ୍ତଫା ଦେଇଛନ୍ତି ।

ସେମାନେ ନିଜ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଏବଂ ଏଆଇସିସି ସଭାପତିଙ୍କ ନିକଟକୁ ପଠାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେମାନେ କହିଛନ୍ତି ଯେ ସେମାନଙ୍କୁ ଦଳରେ ଅଣଦେଖା କରାଯାଉଛି । ତାଛଡ଼ା ନୂତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ସେମାନଙ୍କୁ ଭଲ ଲାଗୁନଥିବାରୁ ଦଳ ଛାଡ଼ିଛନ୍ତି ।

naveen chandra narayan das

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ନବୀନ ଚନ୍ଦ୍ର ନାରାୟଣ ଦାସ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ତତକାଳୀନ କଂଗ୍ରେସ ସରକାରରେ ପଞ୍ଚାୟତ ରାଜ, ବାଣିଜ୍ୟ ଓ ପରିବହନ ଏବଂ ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଥିଲେ ।

ସେହିପରି ପୂର୍ବରୁ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିବା ସରୋଜ ପଟ୍ଟନାୟକଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଗତ କିଛିଦିନ ନୂଆ ଡିସିସି ସଭାପତି ଭାବେ ସୁନୀଲ ଦାଶଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାକୁ ସରୋଜ ପଟ୍ଟନାୟକ ଓ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+