ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ୍
ସ୍ବର୍ଗତଃ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଭାଜପାରେ ମିଶିବେ ବୋଲି ଜଣାପଡିଛି। ଏ ନେଇ ନିଜେ ସୂଚନା ଦେଇଛନ୍ତି ଅଭିଜିତ। ସେ କହିଛନ୍ତି, ମୁଁ ଓ ମୋ ପରିବାର ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛୁ। ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଏଭଳି ନିଷ୍ପତ୍ତି। ଅଭିଜିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି। ଏହାସହ ସେ ଭାଜପାର କିଛି ଟାଣୁଆ ନେତାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।
ଅଭିଜିତଙ୍କ ପିତା ଅନନ୍ତ ଦାସ ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ। ବିଜେଡି ଟିକେଟରେ ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅନନ୍ତ। ନବୀନ ସରକାରରେ ୨ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ । ବୟସାଧିକ କାରଣରୁ ୨୦୧୯ ସାଧାରଣ ନିର୍ବାଚନ ପରେ ସେ ଅସୁସ୍ଥ ରହୁଥିଲେ।

ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଗତ ସାଧାରଣ ନିର୍ବାଚନରେ ବିଜେଡି ଅନନ୍ତ ଟିକେଟ କାଟିଥିଲା। ପୁଅ ଅଭିଜିତଙ୍କୁ ଟିକେଟ ଦାବି କରି ବାରମ୍ବାର ସେ ନବୀନ ନିବାସ ଆସୁଥିଲେ। କିନ୍ତୁ ଦଳ ଗୌତମବୁଦ୍ଧ ଦାସଙ୍କୁ ଭୋଗରାଇ ଟିକେଟ ଦେଇଥିଲା। ଏକଦା ବାଲେଶ୍ୱର ଜିଲାରେ ଅନନ୍ତ ପାୱାର ସେଣ୍ଟର ଭାବେ ଉଭା ହୋଇଥିଲେ। ବିଜେଡିର ଜଣେ ପ୍ରଭାବଶାଳୀ ନେତାଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ।












Click it and Unblock the Notifications