ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଆଜି ଅନ୍ତିମ ଯାତ୍ରା; ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ହେବ ଶେଷକୃତ୍ୟ
ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଅନ୍ତିମ ଯାତ୍ରା । ଆଜି ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ହେବ ଶେଷକୃତ୍ୟ । ରମ୍ଭା ରାଜପ୍ରାସାଦରେ ସୁଜ୍ଞାନ କୁମାରୀଙ୍କ ଶେଷ ଦର୍ଶନ ଚାଲିଛି ।
କାଲି ଚେନ୍ନାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ଶଙ୍ଖଭବନ ପରେ ବିଧାନସଭା ପରିସରରେ ଦିଆଗଲା ଶ୍ରଦ୍ଧାଞ୍ଜଳି । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ହୋଇଥିଲେ ।
ଭୁବନେଶ୍ୱର ବିମାନବନ୍ଦରରୁ ତାଙ୍କର ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି ଶଙ୍ଖଭବନକୁ ଅଣାଯାଇଥିଲା । ଶଙ୍ଖଭବନରେ ଦଳୀୟ ନେତା ମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶଙ୍ଖ ଭବନରେ ପହଞ୍ଚି ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସେ ୧୯୭୪ରେ ଉତ୍କଳ କଂଗ୍ରେସରୁ, ୧୯୭୭ ଏବଂ ୧୯୮୫ରେ ଜନତା ପାର୍ଟି, ୧୯୯୦ ଏବଂ ୧୯୯୫ରେ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡି ଟିକେଟରେ ୨୦୦୦ରୁ ୨୦୦୯ ଯାଏଁ ୨ ଥର ଖଲ୍ଲିକୋଟ ଏବଂ ୨୦୦୯ ଓ ୨୦୧୪ରେ ୨ ଥର କବିସୂର୍ଯ୍ୟନଗର ବିଧାୟିକା ହୋଇଥିଲେ ସୁଜ୍ଞାନ କୁମାରୀ ଦେଓ ।
ଖଲିକୋଟ ଓ କବିସୂର୍ଯ୍ୟ ନଗରରୁ ୧୦ଥର ବିଧାୟିକା ହୋଇଥିଲେ ଭି.ସୁଜ୍ଞାନ କୁମାରୀ ଦେଓ। ଚେନ୍ନାଇର ଏକ ହସପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିଲା।
ତାଙ୍କ ତିରୋଧାନରେ ତାଙ୍କ ସମର୍ଥକ ମ୍ରିୟମାଣ ହୋଇଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ ଥଲେ ସୁଜ୍ଞାନ କୁମାରୀ ଦେଓ । ରାଜ୍ୟରେ ଚିକିତ୍ସା ପରେ ତାଙ୍କୁ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ରେଫର କରାଯାଇଥିଲା । ଏହାପରେ ସେଠାରେ ତାଙ୍କୁ ସୁସ୍ଥ କରିବାକୁ ଡାକ୍ତରୀ ଟିମ୍ ଶତ ଚେଷ୍ଟା କରିଥିଲା । ହେଲେ ଏହି ଚେଷ୍ଟା ବିଫଳ ହୋଇଥିଲା ।












Click it and Unblock the Notifications