ବିଜେପିରେ ସାମିଲ ହେଲେ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ

ବିଜେପିରେ ଯୋଗ ଦେଲେ ଆକାଶ ଦାସ ନାୟକ । କାଲି ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଚର୍ଚ୍ଚା ହେଉଥିଲା କି ଯେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ବୋଲି କିନ୍ତୁ ଅନୁମାନ ଠିକ୍ ହୋଇଛି । କାଲି ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ, ସମୀର କୁମାର ମହାନ୍ତି, ବିଜେପି ନେତା ଅରିନ୍ଦମ ରାଏ, ସିଦ୍ଧାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ସେ ଆଜି ବିଧିବଦ୍ଧ ଭରେ ଭାରତୀୟ ଜନତା ପାର୍ଟି ସାମିଲ ହୋଇଛନ୍ତି ।

Akash Das Nayak

ସୁଚନା ଯୋଗ୍ୟ ଯେ , କାଲି କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ଦଳ ଛାଡ଼ିବା ପରେ ସେ କହିଛନ୍ତି, ମୋର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛି।ମୋର ଜୀବନ ସମାଜ ସେବା ପାଇଁ ଓ କୋରେଇବାସୀଙ୍କ ସେବା ପା଼ଇଁ ସମର୍ପିତ। ଆଗାମୀ ଦିନରେ କୋରେଇବାସୀଙ୍କ ଭଲ ପାଇବାକୁ ପାଥେୟ କରି, ମୋ ସର୍ମଥକ ଓ ସାଥୀଙ୍କ ପରାମର୍ଶରେ କାର୍ଯ୍ୟପନ୍ଥା ଗ୍ରହଣ କରିବି।

ସେ ଆହୁରି କହିଛନ୍ତି, ମୋର ଜନ୍ମମାଟି କୋରେଇ ମା'ର ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି। ୨୦୧୯ ମସିହାରେ ମୋର ଟିକେଟ ବିନା କାରଣରେ କାଟି ଦିଆଯାଇଥିଲା। ହେଲେ ବିନା ପ୍ରତିବାଦରେ ମୁଁ ଦଳ ସହ ଥିଲି ଓ ଶୃଙ୍ଖଳାର ସହ କାମ କରୁଥିଲି। ୫ବର୍ଷ ବିଧାୟକ ନଥାଇ ମଧ୍ୟ ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି। ଖରାହେଉ ବା ବର୍ଷା ମୁଁ ଦଳ ପାଇଁ ପ୍ରଚାର କରିଛି। ୩୦ଟି ଜିଲ୍ଳା ବୋଲି ମୁଁ ଦଳ ପାଇଁ ପରିଶ୍ରମ କରିଛି। ଏତେସବୁ ପରେ ମଧ୍ୟ ଦଳ ମୋ ଗୁରୁତ୍ୱ ବୁଝିପାରିଲାନାହିଁ। ସେଥିପାଇଁ ମୁଁ ଦଳ ଛାଡ଼ିଦେଲି।

ଅକାଶ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କୋରେଇରେ ବିଧାୟକ ଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ସ୍ଥାନରେ ଦଳ ଅଶୋକ କୁମାର ବଳଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ବିଜୟ ହୋଇଥିଲେ। ୨୦୨୪ରେ ଆକାଶ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ। ଟିକେଟ ପାଇବା ଆଶାରେ ନବୀନ ନିବାସ ଯାଇଥିଲେ। ହେଲେ ସେ ନିରାଶ ହୋଇ ଫେରିଥିଲେ। ବିଜେଡି ଛାଡ଼ିବା ପରେ ଆକାଶ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+