କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ
କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଦେହାନ୍ତ । ଶନିବାର ସକାଳ ସାଢେ ୯ଟାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ଏ ନେଇ ତାଙ୍କ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି ।

ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ଉତ୍କଳ କେଶରୀ ଅସୁସ୍ଥ ଥିଲେ ।
ସୂଚନା ଅନୁଯାୟୀ, ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ। ସାଲେପୁର କଲେଜ ଛାତ୍ର ସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ। ପରେ ଡେରାବିଶ ବ୍ଲକ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଥିଲେ। ୨୦୦୪ରେ ସେ ଓଡ଼ିଶା ଗଣ ପରିଷଦ ଟିକେଟରେ ଲଢ଼ି କେନ୍ଦ୍ରାପଡା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ।












Click it and Unblock the Notifications