Get Updates
Get notified of breaking news, exclusive insights, and must-see stories!

ଗଞ୍ଜାମ ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ

ଗଞ୍ଜାମ ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଦେହାନ୍ତ । ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବିଧାୟକ ହୋଇଥିଲେ ।୨୦୦୪ରୁ ୨୦୧୪ ଯାଏଁ ବିଧାୟକ ହୋଇଥିଲେ ନିରଞ୍ଜନ ।

Niranjan Pradhan

ଅସୁସ୍ଥ ହୋଇ ପ୍ରାୟ ଗୋଟେ ମାସ ହେବ ସେ ଚିକିତ୍ସିତ ହେଉଥିଲେ । ଗୁରୁବାର ଚିକିତ୍ସିତ ଅବସ୍ଥାରେ ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏକାଧିକ ବ୍ରେନ ହାମରେଜ ସହ ବିଭିନ୍ନ ଜାଗାରେ ରକ୍ତ ଜମାଟ ବାନ୍ଧିଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ତାଙ୍କ ପୁଅ ଦୀପକ ପ୍ରଧାନ । ଏହାସହ ମଧୁମେହ ରୋଗରେ ବି ସେ ପୀଡ଼ିତ ରହିଥିଲା । ଅଧିକ ବୟସ ଯୋଗୁ ଅଧିକ ଦିନ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା ।

ସେଥିପାଇଁ ଗତ ମାସ ୩ ତାରିଖରୁ ତାଙ୍କର ହସ୍ପିଟାଲରେ ସତନ୍ତ୍ର ଚିକିତ୍ସା ଚାଲିଥିଲା । ମୃତ୍ୟୁ ପରେ ଆଜି ସକାଳେ ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ କୋଦଳା ଓ ତାପରେ ପୋଲସରା ନିଆଯିବ । ସେଠାରୁ ନିଜ ଜନ୍ମମାଟିକୁ ତାଙ୍କୁ ନିଆଯିବ ଆଉ ସେଠାରେ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପୁଅ ଦୀପକ ପ୍ରଧାନ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+