କର୍ତ୍ତବ୍ୟନିଷ୍ଠା ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଜଣେ ନେତା କିପରି ପୁରସ୍କୃତ ହୁଅନ୍ତି, ନବୀନଙ୍କଠୁ ଶିଖ: ଅରବିନ୍ଦ ପାନଗରିୟା

କର୍ତ୍ତବ୍ୟ ପାଳନରେ ନିଷ୍ଠା ଓ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ଜଣେ ନେତା କିପରି ପୁରସ୍କୃତ ହୋଇଥାଆନ୍ତି ଓ ରାଜ୍ୟର ଆର୍ଥିକ ବିକାଶକୁ ଦୃଢ଼ୀଭୂତ କରିପାରନ୍ତି ତାହା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଶିଖିବା ଆବଶ୍ୟକ ବୋଲି କହିଛନ୍ତି ଅରବିନ୍ଦ ପାନଗରି

ଭୁବନେଶ୍ୱର: ନବୀନଙ୍କ ନେତୃତ୍ବ ଓ ଓଡ଼ିଶାର ବିକାଶ ଯାତ୍ରାକୁ ଭୁରିଭୁରି ପ୍ରଶଂସା କରିଛନ୍ତି 'ନିତି' ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପାନଗରିୟା । କର୍ତ୍ତବ୍ୟ ପାଳନରେ ନିଷ୍ଠା ଓ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ଜଣେ ନେତା କିପରି ପୁରସ୍କୃତ ହୋଇଥାଆନ୍ତି ଓ ରାଜ୍ୟର ଆର୍ଥିକ ବିକାଶକୁ ଦୃଢ଼ୀଭୂତ କରିପାରନ୍ତି ତାହା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଶିଖିବା ଆବଶ୍ୟକ ବୋଲି କହିଛନ୍ତି ଅରବିନ୍ଦ ପାନଗରିୟା ।

CM Naveen Patnaik

ଓଡ଼ିଶା ଭଳି ଗରିବ ରାଜ୍ୟ ସାମାଜିକ ଓ ଅର୍ଥନୈତିକ ଚିତ୍ର ବଦଳାଇବାକୁ ସକ୍ଷମ ହୋଇଛି। ଜନମଙ୍ଗଳକାରୀ କାର୍ଯ୍ୟ ସହ ପ୍ରଶାସନରେ ଦୁର୍ନୀତି ହ୍ରାସ ହିଁ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର କ୍ଷମତାର ଡୋର ଧରାଇଛି । ଦେଶର ଅନେକ ସ୍ଥାନରେ ଭୋଟ ଜିତିବା ପାଇଁ ଜାତି, ବର୍ଗର ସମୀକରଣକୁ ଆଧାର କରା ଯାଇଥାଏ । ମାତ୍ର ଓଡ଼ିଶାରେ ଏହି ସମୀକରଣ ପ୍ରଭାବହୀନ ଓ ଏଠାରେ କେବଳ ବିକାଶମୂଳକ କାର୍ଯ୍ୟକୁ ହିଁ ଭୋଟ ଦିଆଯାଉଛି । ଯାହା ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ବିଜୟୀ କରିଛି ଏବଂ ଶାସକ ବିରୋଧୀ ରାଜନୈତିକ ବାତାବରଣ (ଆଣ୍ଠି-ଇନକମ୍ବେସିଃ ପରିବେଶ ) ସୃଷ୍ଟି ହୋଇନାହିଁ । ନବେ ଦଶକରେ ରାଜ୍ୟର ଦାରିଦ୍ର୍ୟ ପରିସଂଖ୍ୟାନ ସହ ସାମ୍ପତିକ ସ୍ଥିତିକୁ ତୁଳନାମୂକ ତଥ୍ଯ ଉପସ୍ଥାପନ କରି ପାନଗରିଆ ଓଡ଼ିଶାର ଏହି ଉପଲବ୍ଧି ତଥା ନବୀନ ବାବୁଙ୍କ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ବୋଲି କହିଛନ୍ତି ।

ପାନଗରିୟା କହିଛନ୍ତି ଯେ, ନିଜ କାମ ଯୋଗୁଁ ନବୀନ ସାଧାରଣ ଲୋକଙ୍କ ବିଶ୍ବାସଭାଜନା ହୋଇଛନ୍ତି । ପ୍ରତି ନିର୍ବାଚନରେ ନିଜ ଦଳର ଭୋଟ ହାର ବୃଦ୍ଧ କରିବାକୁ ସକ୍ଷମ ହୋଇଛନ୍ତି । ୨୦୧୪ରେ ୧୪୭ରୁ ୧୧୯ ଆସନ ଏବଂ ୨୦୧୯ରେ ୧୪୭ରୁ ୧୧୨ ଆସନ ତାଙ୍କ ଲୋକପ୍ରିୟତା ଏବଂ ଜନସାଧାରଣଙ୍କ ବିଶ୍ଵାସର ପ୍ରମାଣ। ନବୀନଙ୍କ ସାଧାସିଧା ଜୀବନ ଶୈଳୀ ଓ ତାଙ୍କର ସରକାର ପରିଚାଳନାଗତ ଦକ୍ଷତା ସମସ୍ତଙ୍କୁ ଆକୃଷ୍ଟ କରିପାରିଛି ।

CM Naveen Patnaik

ରାଜ୍ୟର ମୁଣ୍ଡପିଛା ଆୟ କ୍ରମାଗତ ଭାବେ ବୃଦ୍ଧି ପାଇଛି । ୧୯୯୩ ମସିହାରେ ରାଜ୍ୟରେ ଗରିବୀ ହାର ୪୮ ୬% ଥ୍ଲା ଓ ଗରିବ ରାଜ୍ୟ ସୂଚୀରେ ଓଡ଼ିଶା ୩ ନମ୍ବର ସ୍ଥାନରେ ରହିଥିଲା । ମାତ୍ର ନବୀନଙ୍କ ଦୂରଦର୍ଶୀ ପଦକ୍ଷେପ ଯେଗୁଁ ୨୦୧୫ ବେଳକୁ ଏହା ଓଡ଼ିଶାରେ ଗରିବୀ ହାର ୨୯.୩୧କେ ହାସ ପାଇଥିଲା । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଯେତେବେଳେ ନବୀନ ପଟ୍ଟନାୟକ ଦାୟିତ୍ର ନେଲେ ସେ ସମୟରେ ନେଟ୍‌ ଷ୍ଟେଟ୍‌ ଡୋମେଷ୍ଟିକ ପ୍ରଡକ୍ଟ (ଏନଏସଡିପି) । ସାଧାରଣ ସୂଚକାଙ୍କରେ ରହୁଥିଲା ଓଡିଶା । ଓଡ଼ିଶା ତଳେ କେବଳ ୟୂପି ବିହାର ଭଳି ରାଜ୍ୟ ରହୁଥିଲେ। ମାତ୍ର ରାଜନୈତିକ ସ୍ଥିରତା ଏବଂ ଉପଯୁକ୍ତ ପରିଚାଳନା ଯୋଗୁଁ ଓଡ଼ିଶା ଦୁଇ ଦଶଦ୍ଧି ତଳର ସୂଚକାଙ୍କକୁ ବହୁ ପଛରେ ପକାଇବାକୁ ସକ୍ଷମ ହୋଇଛି ବୋଲି ପାନଗରିୟା କହିଛନ୍ତି ।

୧୯୯୯ ମସିହା ବାତ୍ୟା ଓଡ଼ିଶାର ଜନଜୀବନଙ୍କୁ ବହୁଳ ପ୍ରଭାବିତ କରିଥଲା । ସାଧାରଣ ଜନଜୀବନ କ୍ଷତିଗ୍ରସ୍ତ ହେବା ସହ ଅର୍ଥନୀତି ନିମ୍ନାଭିମୁଖୀ ହୋଇଥିଲା। ଏହି ପରିସ୍ପିତିରୁ ରାଜ୍ୟକୁ ନବୀନ ପଟ୍ଟନାୟକ ଏକ୍‌ ଉର୍ଦ୍ଧ୍ୱମୁଖୀ ଅର୍ଥନୀତିକୁ ନେଇ ପାରିଛନ୍ତି। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କୌଣସି ଗୋଟିଏ ବର୍ଷ ବି ଜିଏସଡିପି ହ୍ରାସ ପାଇନାହିଁ । ୨୦୦୦ ମସିହାରୁ ୨୦୧୦ ମସିହା ମଧ୍ଯରେ ଜିଏସଡିପି ୬୨% ଛୁଇଁଥିଲା । ଅପରପକ୍ଷରେ ୨୦୧୫- ୧୬ରୁ ୨୦୧୯-୨୦ ରେ ଜିଏସଡିପି ୮ ୮% ରହିଥିଲା । ୨୦୦୦ ମସିହାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ବାର୍ଷିକ ୧୭ ୬୫୦ ଟଙ୍କା ଥଲା, ମାତ୍ର ୨୦୧୯ -୨୦ ବେଳକୁ ଏହା ପାଖପାଖ୍‌ ୫ ଗୁଣ ବୃଦ୍ଧି ପାଇ ୮୨୨୫୭ରେ ପହଞ୍ଚିଥିଲା। ଏହା ସହ ପ୍ରତ୍ୟେକ ବର୍ଗର ଆୟ ଯଥେଷ୍ଟ ବୃଦ୍ଧି ପାଇଥିଲା ବୋଲି ଶ୍ରୀ ପାନଗରିୟା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+