ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ । ଓଡ଼ିଶା ଗସ୍ତ ଅବସରରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୂର୍ବତନ କ୍ରିକେଟର ତଥା ଭାରତୀୟ କ୍ରିକେଟ ର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀ। ସେହିପରି ରବି ଶାସ୍ତ୍ରୀଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ । ରାଜ୍ୟରେ କ୍ରିକେଟ ଖେଳର ବିକାଶ ନେଇ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସେହିପରି ଓଡ଼ିଶାରେ କ୍ରୀଡ଼ାର ବିକାଶ ନେଇ ଉନ୍ନତମାନର ଭିତ୍ତିଭୂମି ଗଠନକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ। ଓଡ଼ିଶାରେ ଉଚ୍ଚସ୍ତରର କ୍ରିକେଟ ଏକାଡେମୀ ଖୋଲିବା ନେଇ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି ।

Ravi Shastri met Naveen Patnaik

ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏକ ଏମଓୟୁ ସାଇନିଂ କାର୍ଯ୍ୟକ୍ରମରେ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳରେ ନଜର ଆସିବେ ଓଡ଼ିଆ ଖେଳାଳି । ରବି ଶାସ୍ତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କୋଚିଂ ବିୟଣ୍ଡ ଏବେ କଟକରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏମଜିଏମ ସ୍କୁଲ ଅଫ୍ ସ୍ପୋଟସ୍ ସହ ମିଶି ଓଡ଼ିଶାରେ ଉଚ୍ଚସ୍ତରୀୟ କ୍ରିକେଟ ପ୍ରଶିକ୍ଷଣ ଭିତ୍ତିଭୂମି ଯୋଗାଇଦେବାକୁ ଯାଉଛି ।

ଏହି କୋଚିଂ ଶିବିରରେ ୧୬ରୁ ୧୯ ବର୍ଷ ବୟସର କ୍ରିକେଟର ଅଂଶଗ୍ରହଣ କରିବା ସହ ସେମାନଙ୍କ କ୍ରିକେଟରେ କିପରି ଉନ୍ନତି ହେବ, ସେ ଦିଗରେ ପ୍ରଶିକ୍ଷଣ ଦିଆଯିବ । ଖାଲି କ୍ରିକେଟର ନୁହଁନ୍ତି, ଓଡ଼ିଶାରେ ଥିବା କ୍ରିକେଟ କୋଚମାନଙ୍କୁ ମଧ୍ୟ ପ୍ରଶିକ୍ଷଣର ଆବଶ୍ୟକତା ଥିବା ରବି ଶାସ୍ତ୍ରୀ କହିଛନ୍ତି । ରବି ଶାସ୍ତ୍ରୀଙ୍କ ସହ ପୂର୍ବତନ ଭାରତୀୟ ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଏବଂ ପୂର୍ବତନ ବୋଲର କଭେଙ୍କଟପତି ରାଜୁ ମଧ୍ୟ ଏହି କୋଚିଂ ପ୍ୟାନେଲର ସଦସ୍ୟ ଅଛନ୍ତି । ଏହି ଏକାଡେମୀର କୋଚିଂ କାର୍ଯ୍ୟକ୍ରମ ଚଳିତବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+