ପୂର୍ବତନ CJI ରଞ୍ଜନ ଗୋଗୋଇଙ୍କୁ ମିଳିବ ସର୍ବୋଚ୍ଚ ସମ୍ମାନ,ମୁଖ୍ୟମନ୍ତ୍ରୀ କରିଲେ ଘୋଷଣା, ଜାଣନ୍ତୁ କେଉଁ ରାଜ୍ୟ ଦେବ ଏହି ସମ୍ମାନ
ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ମଙ୍ଗଳବାର (ଜାନୁଆରୀ ୧୬) ରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ପୂର୍ବତନ CJI ଏବଂ ରାଜ୍ୟସଭା ସାଂସଦ ରଂଜନ ଗୋଗେଇଙ୍କୁ ଆସାମ ଭୈବବ ପୁରସ୍କାର ପ୍ରଦାନ କରାଯିବ । ସୋସିଆଲ ମିଡିଆରେ ହିମନ୍ତ ବିଶ୍ୱ ସର୍ମା ଲେଖିଛନ୍ତି ଯେ, ମୁଁ ସୂଚନା ଦେଇ ବହୁତ ଖୁସି ଯେ ଆସାମ ସରକାର ରାଜ୍ୟସଭା ସାଂସଦ ତଥା ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗେଇଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନ ଆସାମ ଭୈବଭ ରେ ସମ୍ମାନିତ କରିବେ ।
ସର୍ମା ଆଜି କହିଥିଲେ ଯେ, ପ୍ରଧାନ ବିଚାରପତି ପଦବୀରେ ଆବସ୍ତାପିତ ହୋଇଥିବା ଉତ୍ତର ପୂର୍ବ ରାଜ୍ୟରୁ ଆସିଥିବା ପ୍ରଥମ ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କୁ ଆସାମ ବୈଭବ ପୁରଷ୍କାର ଦିଆଯାଉଛି । ରାଜ୍ୟର ସର୍ବୋଚ୍ଚ ସମ୍ମାନ ରଞ୍ଜନ ଗୋଗେଇଙ୍କୁ ୧୦ ଫେବୃଆରୀରେ ଦିଆଯିବ ।
ରଂଜନ ଗୋଗୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ଏକ ଅଂଶ ହୋଇଛନ୍ତି । ୨୦୧୯ ରେ ଏକ ଐତିହାସିକ ନିଷ୍ପତ୍ତିରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି (CJI) ରଂଜନ ଗୋଗେଇଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଅଯୋଧ୍ୟାରେ ରାମ ମନ୍ଦିର ସମ୍ପର୍କରେ ନିଷ୍ପତ୍ତି ନେଇଥିଲେ । ଏଥିସହ ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ପାଞ୍ଚ ଏକରର ଏକ ବିକଳ୍ପ ପ୍ଲଟ୍ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା । ୨୨ ଜାନୁଆରୀରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ହଜାର ହଜାର ଲୋକେ ଅଂଶଗ୍ରହଣ କରିବେ ।
ଆମେ ଆପଣଙ୍କୁ କହି ରଖୁଛୁ ଯେ ଅଯୋଧ୍ୟା ରାମ ମନ୍ଦିରରେ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ଖୋଦିତ ରାମଲାଲାଙ୍କ ମୂର୍ତ୍ତି ପବିତ୍ର ମନ୍ଦିରରେ ସ୍ଥାପନ କରାଯିବ । ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୋମବାର (ଜାନୁୟାରୀ ୧୫) କହିଥିଲେ ଯେ ନୂତନ ପ୍ରତିମୂର୍ତ୍ତିରେ ଭଗବାନ ରାମଙ୍କୁ ଏକ ପାଞ୍ଚ ବର୍ଷର ଶିଶୁ ଭାବରେ ଛିଡା ହୋଇଥିବା ଅବସ୍ଥାରେ ଚିତ୍ରଣ କରାଯାଇଛି ।












Click it and Unblock the Notifications