ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ । ରାସ୍ତା ଓ ଗୃହ ବିଭାଗର ପୂର୍ବତନ ଯନ୍ତୀଙ୍କ ଘରେ ହୋଇଛି ଚଢ଼ଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାରା ପ୍ରସାଦ ମିଶ୍ରଙ୍କ ଘରେ ଖୋଳଚାଡ଼ କରୁଛି ଭିଜିଲାନ୍ସ । ତାରା ପ୍ରସାଦ ମିଶ୍ରଙ୍କ ଘର ସମେତ କଟକ, ଭୁବନେଶ୍ୱର ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ତିଗିରିଆରେ ଥିବା ପୈତୃକ ଘର, ରାଜଧାନୀ ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍, ଖଣ୍ଡଗିରିର ଏକ ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍ ଏବଂ ଝାରସୁଗୁଡ଼ାର ଆଶିଆନା ଆପାର୍ଟମେଣ୍ଟରେ ଥିବା ତିନିଟି ଫ୍ଲାଟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି । ଆଜି ଭୋର ୪ଟା ବେଳୁ ଭିଜିଲାନ୍ସ ପକ୍ଷରୁ ଚଢଉ ଆରମ୍ଭ ହୋଇଥିଲା ।

Former Chief Engineer

ଏହି ଚଢ଼ଉରେ ୪୦ରୁ ଅଧିକ ଅଧିକାରୀ ସାମିଲ ହୋଇଛନ୍ତି । ୧୨ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୬ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଚାଲିଛି ବିଭିନ୍ନ ସ୍ଥାନରେ ରେଡ୍ । ବର୍ତ୍ତମାନ ଏହି ଚଢାଉ ଜାରି ରହିଛି । କେତେ ସମ୍ପତ୍ତି ଠାବ ହୋଇଛି ଏହାର ସବିଶେଷ ରିପୋର୍ଟ ହସ୍ତଗତ ହୋଇନାହିଁ । ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍ କରିବାକୁ ଭିଜିଲାନ୍ସ ସ୍ଵତନ୍ତ୍ର ଅଦାଲତ ୱାରେଣ୍ଟ ଜାରି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+