ବେଗୁନିଆପଡ଼ା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା ଅଭିଯୋଗ ।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା ଅଭିଯୋଗ । ଏନେଇ ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବେଗୁନିଆ ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ଗାଁ ଛକ ନିକଟରେ ଆଜି ସକାଳେ ଦେବରାଜ ଚା' ପିଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦେବରାଜଙ୍କ ମୃତ୍ୟୁ ଘଟିଥିଲା। ଦେବରାଜଙ୍କୁ ଗୁଳିମାଡ଼ ଦେଖି ପାଖରେ ଥିବା ଅନ୍ୟଲୋକମାନେ ଭୟରେ ପଳାଇ ଯାଇଥିଲେ।
ଗୁଳିମାଡ଼ର କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କୋଦଳାଥାନା ଆଇଆଇସି ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି।












Click it and Unblock the Notifications