ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ
ଅକ୍ଟୋବର ୨୯ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ ନଭେମ୍ବର ୬ ତାରିଖରେ ବିଜେପିରେ ଯୋଗ ଦେବେ। ୬ ତାରିଖ ପୂର୍ବାହ୍ନରେ ସେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହେବେ। ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଏହି ସୂଚନା ଦେଇଛନ୍ତି।

ଗତ ୫ ମାସ ହେଲେ ଅଣଦେଖା ହୋଇ ରହିଥିବା ଅଭିଯୋଗ ଆଣି ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ପରେ ସେ ଦଳର ଅନେକ ଗୁମର ଖୋଲିଥିଲେ। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ।
ଗତ ନିର୍ବାଚନରେ ବିଜେଡିରେ ଅଫିସରମାନେ ଟିକେଟ ବାଣ୍ଟୁଥିଲେ ବୋଲି ସେ କହିଥିଲେ। ଟିକେଟ ପାଇଁ ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ଭେଟିବାକୁ ତାଙ୍କୁ କୁହାଯାଇଥିଲା ବୋଲି ସେ କହିଥିଲେ। ଏମିତିକି ସେ ଏହି ଦୁଇ ଅଧିକାରୀଙ୍କୁ ଭେଟିଥିଲେ। ଟିକେଟ ବଣ୍ଟନର ପୂର୍ବଦିନ ଏହି ଦୁଇ ଅଫିସର ତାଙ୍କୁ ଡାକି ଅଲ୍ ଦି ବେଷ୍ଟ କହିଥିଲେ। କିନ୍ତୁ ତା' ପରଦିନ ତାଲିକାରେ ତାଙ୍କ ନଥିଲା।
ସେହିପରି ସୁନନ୍ଦା କହିଥିଲେ ଯେ ପ୍ରଣବ ପ୍ରକାଶ ଦାସ (ବବି) ତାଙ୍କୁ ଟିକେଟ ଦେବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତାଙ୍କ ଟିକେଟ କାଟି ଦେଇଥିଲେ।












Click it and Unblock the Notifications