ବିଜେପିରେ ମିଶିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଲେ । ମିଶ୍ରଣ ବେଳେ ବାଲେଶ୍ୱର ଜିଲ୍ଲାର କିଛି ବିଧାୟକ ବି ମଞ୍ଚରେ ଉପସ୍ଥିତ ଥିଲେ । ରବୀନ୍ଦ୍ର ଜେନାଙ୍କ ସହିତ ପଞ୍ଚାୟତ, ବ୍ଲକ୍ ସ୍ତରୀୟ ବିଜେଡି ନେତା ଓ ଛାତ୍ର ନେତା ବି ବିଜେପିରେ ମିଶିଛନ୍ତି ।
ଇଡକୋ ପ୍ରଦର୍ଶନୀ ପଡିଆ ସାମ୍ନାରୁ ବିରାଟ ପଟୁଆରରେ ରବୀନ୍ଦ୍ର ଜେନା ନିଜ ସମର୍ଥକଙ୍କ ସହ ପାର୍ଟି ଅଫିସରେ ପହଞ୍ଚିଥିଲେ । ରାଜ୍ୟ ବିଜେପି ପକ୍ଷରୁ ରବୀନ୍ଦ୍ର ଜେନାଙ୍କ ସମେତ ଅନ୍ୟ ନେତା ମାନଙ୍କୁ ବିଜେପିକୁ ସ୍ୱାଗତ କରାଯାଇଛି । ବାଲେଶ୍ୱରରେ ବିଜେପି ଆହୁରି ଶକ୍ତିଶାଳୀ ହେଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି ।













Click it and Unblock the Notifications