ଯୁକ୍ତ ଦୁଇ ଫର୍ମ ପୂରଣ ପାଇଁ ଶେଷ ସୁଯୋଗ; ଫାଇନ୍ ଦେଇ ୨୦ରୁ ୨୨ ମଧ୍ୟରେ ଫର୍ମ ପୂରଣ
ଭୁବନେଶ୍ୱର: ଯୁକ୍ତ ଦୁଇ ଫର୍ମ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଶେଷ ସୁଯୋଗ ରହିଛି । ଯୁକ୍ତ ଦୁଇ ପରୀକ୍ଷା ୨୦୨୪ ପାଇଁ ଫର୍ମ ପୂରଣ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପୁଣି ସୁଯୋଗ ଦେଇଛି । ଫର୍ମ ପୂରଣ କରିପାରିନଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ ।
ତେବେ ସମସ୍ତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା, କରେସ୍ପୋଣ୍ଡେନ୍ସ କୋର୍ସର ପିଲାମାନେ ମଧ୍ୟ ୪୫୦ ଟଙ୍କା ଫାଇନ୍ ୨୦ରୁ ୨୨ ମଧ୍ୟରେ ହୋଇପାରିବ ଫର୍ମ ପୂରଣ
ସହ ଫର୍ମ ପୂରଣ କରିପାରିବେ ।
ଫର୍ମ ପୂରଣ ଫି ଏସ୍ବିଆଇ କଲେକ୍ଟ ମାଧ୍ୟମରେ ଦାଖଲ କରିବେ । ୨୬ ତାରିଖ ମଧ୍ୟରେ ଫର୍ମ ପୂରଣ ଡକ୍ୟୁମେଣ୍ଟ ଦାଖଲ କରିବେ । ଏନେଇ ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଡିସେମ୍ବର ୧ରୁ ୪ ତାରିଖ ମଧ୍ୟରେ ୧୦୦ ଟଙ୍କା ଜୋରିମାନା ସହ ଫର୍ମ ପୂରଣ କରିଥିଲେ । ତଥାପି କିଛି ଛାତ୍ରଛାତ୍ରୀ ଫର୍ମ ପୂରଣ କରି ନପାରିବାରୁ ପରେ ୬ରୁ ୭ ତାରିଖ ଏବଂ ଗତ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣର ସୁଯୋଗ ଦେଇଥିଲା ସିଏସ୍ଏସ୍ଇ ।

ସିଏସ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକଙ୍କ କହିଛନ୍ତି, ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫର୍ମ ପୂରଣ ଅବଧିକୁ ବୃଦ୍ଧି କରାଯାଇଛି । ମାତ୍ର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ପ୍ରାକ୍ଟିକାଲ ଏବଂ ଥିଓରୀ ପରୀକ୍ଷା ହେବ ।
ସୂଚନାଯୋଗ୍ୟ, ନଭେମ୍ବର ୧ରୁ ୨୯ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ
ପାଇଁ CHSE ପକ୍ଷରୁ କୁହାଯାଇଥିଲା । ଏବେ ପୁଣି ଥରେ ଫର୍ମ ପୂରଣର ଅବଧି ବଢ଼ାଇଛି ପରିଷଦ ।
ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରୀ ୧୬ରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ଏହା ପର ଦିନ ଅର୍ଥାତ ୧୭ ତାରିଖରୁ ବାଣିଜ୍ୟ ଓ କଳା ପରୀକ୍ଷା ଆରମ୍ଭ ହେବ । ଏହାବାଦ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ରୁ ୨୦ ତାରିଖ ଯାଏ ଚାଲିବ । ଏନେଇ ପୂର୍ବରୁ କାଉନସିଲ ତରଫରୁ ସୂଚନା ଦିଆଯାଇଛି ।












Click it and Unblock the Notifications