ଅତି ଆବଶ୍ୟକ ନଥିଲେ ବନ କର୍ମଚାରୀ ନେଇ ପାରିବେ ନାହିଁ ଛୁଟି
ସମ୍ବଲପୁରରେ ବନ ବିଭାଗ କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା କଟକଣା । ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରେ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।
ସମ୍ବଲପୁର: ସମ୍ବଲପୁରରେ ବନ ବିଭାଗ କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା କଟକଣା । ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରେ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଅତି ଜରୁରୀ କାମ ନଥିଲେ କେହି କର୍ମଚାରୀ ଛୁଟି ନେଇ ପାରିବେନାହିଁ । ଏନେଇ ଡିଏଫଓ ଡକ୍ଟର ସଞ୍ଜିତ କୁମାର ସୂଚନା ଦେଇଛନ୍ତି ।

ରାଜ୍ୟବ୍ୟାପୀ ଅନେକ ସ୍ଥାନରେ ଜଳୁଛି ଜଙ୍ଗଲ । ସମ୍ବଲପୁର ଜିଲ୍ଲାରେ ଜଙ୍ଗଲରେ ବି ନିଆଁ ଲାଗିଛି । ଏହି ଜଙ୍ଗଲ ନିଆଁକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଚିନ୍ତାରେ । କେମିତି ନିଆଁକୁ ଆୟତ୍ତ କରାଯିବ ତାହା ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି ।












Click it and Unblock the Notifications