ଜଙ୍ଗଲବାସୀଙ୍କୁ ନିଜ ଅଧିକାର ଚିହ୍ନିବା ଓ ଅଧିକାରଭୁକ୍ତ କରିବା ଜଙ୍ଗଲ ଆଇନର ଲକ୍ଷ୍ୟ
ଐତିହାସିକ ଜଙ୍ଗଲ ଅଧିକାର ଆଇନ ଜଙ୍ଗଲବାସୀଙ୍କୁ ନିଜ ଅଧିକାର ଚିହ୍ନିବା ଓ ଅଧିକାରଭୁକ୍ତ କରିବା ପାଇଁ ମାର୍ଗ ଦେଖାଇଥାଏ । ଜଙ୍ଗଲରେ ପୁରୁଷ ପୁରୁଷ ଧରି ବସବାସ କରି ଆସୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲବାସୀମାନଙ୍କ ପାଇଁ ଜଙ୍ଗଲ ଜମିକୁ ଚିହ୍
ଆଦିବାସୀ ଉନ୍ନୟନ ପରିପ୍ରେକ୍ଷୀରେ ଜଙ୍ଗଲ ଅଧିକାର ଆଇନ୍ । ଐତିହାସିକ ଜଙ୍ଗଲ ଅଧିକାର ଆଇନ ଜଙ୍ଗଲବାସୀଙ୍କୁ ନିଜ ଅଧିକାର ଚିହ୍ନିବା ଓ ଅଧିକାରଭୁକ୍ତ କରିବା ପାଇଁ ମାର୍ଗ ଦେଖାଇଥାଏ । ଜଙ୍ଗଲରେ ପୁରୁଷ ପୁରୁଷ ଧରି ବସବାସ କରି ଆସୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲବାସୀମାନଙ୍କ ପାଇଁ ଜଙ୍ଗଲ ଜମିକୁ ଚିହ୍ନଟ କରିବା ସହ ଅଧିକାର ସାବ୍ୟସ୍ତ କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ । ଜଙ୍ଗଲ ନୀତିକୁ ସରଳୀକରଣ କରିବା ସହ ବିଶେଷ ଭାବେ ବ୍ୟକ୍ତିଗଡ,ଗୋଷ୍ଠୀଗତ ,ଗୋଷ୍ଠୀଗତ ଜଙ୍ଗଲ ସମ୍ବର୍କ ଅଧିକାରକୁ ମଞ୍ଜୁରୀ ଦେଇ ଜୀବିକାସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବ ।ସ୍ଥାନୀୟ ବାସିନ୍ଦାଙ୍କ ଜୀବିକାନିର୍ବା ତଥା ନିରନ୍ତର ବିକାଶ ଏବଂଜଳବାୟୁ ପରିବର୍ତ୍ତନ ହ୍ରାସ ପାଇଁ ଭାରତର ଅନ୍ତର୍ଜାତୀୟ ପ୍ରତିଶ୍ରୁତି ପୂରଣ କରିବାରେ ଏହା ସହାୟକ ହୋଇପାରିବ ।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଅନୁସୂଚିତ ଜାତି ,ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଜନଜାତିଙ୍କର ବିକାଶ ଆଧାରରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ଓ ଉପଯୋଗ ସଂପର୍କିତ ବିମର୍ଶ : ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ' ଉପରେ ଦୁଇଦିନିଆ ଜାତୀୟ ପରାମର୍ଶ ବୈଠଖ ଗତ କାଲି ଆରମ୍ଭ ହୋଇଛି । ଜାତୀୟ ବିମର୍ଶ ବୈଠକର ଉଦ୍ଯାପନୀ ଅଧବେଶନରେ ନିତି ଆୟୋଗର ଉପପରାମର୍ଶଦାତା ଡ . ମୁନି ରାଜୁ ଯୋଗଦେଇ ଗରିବ ଓ ଅସୁରକ୍ଷିତ ସଂପ୍ରଦାୟଙ୍କ ଜୀବିକାନିର୍ବାହରସୁରକ୍ଷାକୁ ଦୃଷ୍ଟିରେ ରଖୁ ଜଙ୍ଗଳ ଅଧିକାରର ସ୍ଵୀକୃତି ପ୍ରଦାନର ବିଶେଷତ୍ଵ ଉପରେ ଆଲୋଚନା କରିଥିଲେ । ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ତ , ଏନ୍.ସି , ସାକ୍ସେନା ଭିଜି ପ୍ରବନ୍ଧ ଉପସ୍ଥାପନ କରିଥିଲେ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ ଶ୍ରୀ ମନୋଜ ବାପ୍ନା ଭାରତ ସରକାରଙ୍କ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ସଂପର୍କରେଆଲୋକପାତ କରିଥିଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ଲା ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଅରୁଣୀ ଜ୍ଵାଳା ବୋଲି ସୂଚନା ଦେଇଥିଲେ ।
ଓଡ଼ିଶାରେ ୪ ଲକ୍ଷ ୫୭ ହଜାରରୁ ଅଧିକ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଜମିକୁ ମଞ୍ଜୁର କରାଯାଛି ସେହିପରି ଜମି ଅଧିକାର ପାଇଥିବା
ପ୍ରାୟ ୩ ଲକ୍ଷ ୫୧ ହଜାର ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବା ଦର୍ଶାଇ ଜଗଜ ଉପରେ ନିର୍ଭରଶୀଳ
ସଂପ୍ରଦାୟଗୁଡ଼ିକର ସୁରକ୍ଷା ପାଇଁ ଏହା ଓଡ଼ିଶାର ପ୍ରତିବଦ୍ଧତାକୁ ସୂଚିତ କରୁଛି ବୋଲି ଶ୍ରୀମତୀ ଚୋପ୍ରା ଉଲ୍ଲେଖ କରିଥିଲେ
ଏହି ଦୁଇଦିନିଆ ଜାତୀୟ ପରାମର୍ଶ ବୈଠକରେ ଜନଜାତି ଗବେଷଣା ପ୍ରତିଷ୍ଠାନ , ସେଣ୍ଟର ଫର ଏକ୍ସଲେନ୍ସର ପ୍ରତିନିଧି ,ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ , ଜନଜାତି ସଂସ୍କୃତି ଓ ବିକାଶ ଉପରେ କାର୍ଯ୍ୟରତ ଦଶରୁ ଅଧିକ ରାଜ୍ୟର ପ୍ରତିନିଧୃବୃନ୍ଦ ଯୋଗଦାନ କରିଛନ୍ତି ।ବୈଠକରେ ପାଞ୍ଚଟି ବୈଷୟିକ ଅଧିବେଶନ ରହିଛି । ସେଥୁରେ ଜଙ୍ଗଲ ଅଧିକାର ଆଇନ ବିଭିନ୍ନ ଦିଗ , ଉଦ୍ଦେଶ୍ୟ , ମହତ୍ଵ ଓ କାର୍ଯ୍ୟକାରିବା ଉପରେ ବକ୍ତାମାନେ ସୁଚିନ୍ତିତ ମତ ପ୍ରଦାନ କରିବେ । ଏଥିରେ ଜଙ୍ଗଲ ଅଧିକାର ଆଇନର ପ୍ରଭାବୀ କାର୍ଯ୍ୟକାରିତା ନିମନ୍ତେ ରୋଡ଼ମ୍ୟାପ୍ ପ୍ରସ୍ତୁତି କରାଯିବ ।












Click it and Unblock the Notifications