ରେଳଧାରଣାରେ ହାତୀମୃତ୍ୟୁର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ରେଳଧାରଣାରେ ହାତୀମୃତ୍ୟୁର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି ।

ରାଉରକେଲା ଓ ଢେଙ୍କାନାଳର ମେରାମୁଣ୍ଡଳିଠାରେ ଟ୍ରେନ୍ ଦୁର୍ଘଟଣାରେ ହାତୀଙ୍କ ମୃତ୍ୟୁ ସମ୍ପର୍କରେ ଗତ ଅକ୍ଟୋବର ମାସ ୩ ଓ ୧୫ ତାରିଖରେ ଓଡ଼ିଆ ଦୈନିକ ଖବରକାଗଜଗୁଡିକରେ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ଯମମାନଙ୍କରେ ଖବର ପ୍ରକାଶିତ ଓ ପ୍ରସାରିତ ହୋଇଥିଲା । ଘଞ୍ଚ ଜଙ୍ଗଲ ଓ ହାତୀ ଚଳପ୍ରଚଳ ପଥ ଦେଇ ଯାଉଥିବା ଟ୍ରେନ୍ଗୁଡ଼ିକର ବେଗ ସୀମା ନିୟନ୍ତ୍ରଣ ନ୍ତ୍ରଣ ନେଇ ବିଭିନ୍ନ ପରାମର୍ଶ ଓ ଏସ୍ ଓପି ଓପି ଜାରି ସତ୍ତ୍ଵେ ରେଳବାଇ ଓ ବନ ବିଭାଗ ମଧ୍ୟରେ ଭୁଲ ବୁଝାମଣା ଯେ ଯୋଗୁଁ ଏହି ଦୁଇଟି ହାତୀ ମୃତ୍ୟୁ ଘଟିଥିବାର ଜାଣି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କ୍ଷୋଭ ପ୍ରକାଶ କରିଥିଲେ ।
ରେଳ ଧାରଣାରେ ହାତୀ ମୃତ୍ୟୁକୁ ରୋକିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ଉଭୟ ବିଭାଗ ପକ୍ଷରୁ କୁହାଯାଉଥିଲେ ହେଁ ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଛି । ତେଣୁ ଘଟଣା ଦୁଇଟିର ସମୁଚିତ ତଦନ୍ତ କରାଯାଇ ଦୋଷୀ ଅଧୁକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ବାବଦରେ ଜଙ୍ଗଲ ମନ୍ତ୍ରୀଙ୍କୁ ପନ୍ଦର ଦିନ ମଧ୍ୟରେ ଜଣାଇବା ପାଇଁ ମନ୍ତ୍ରୀ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ର୍ଦ୍ଦଶ ଦେଵ ଦେଇଛନ୍ତି ।












Click it and Unblock the Notifications