ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ମଞ୍ଜୁରୀ ସ୍ଥଗିତ

ଓଡ଼ିଶାର ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମୋଦନକୁ ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (FAC) ସ୍ଥଗିତ ରଖିଛି। ଅଲିଭ ରିଡଲେ କଇଁଛ ଏବଂ ବିଦେଶାଗତ ପକ୍ଷୀଙ୍କ ସମ୍ଭାବ୍ୟ କ୍ଷତି ଏବଂ ଘୂର୍ଣ୍ଣିବାତ୍ୟାରୁ ଉପକୂଳକୁ ସୁରକ୍ଷା ଦେଉଥିବା ୧୩୦୦୦ ଗଛ ନଷ୍ଟ ହେବା ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରି ପରିବେଶ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି।

ବଡ଼ ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଖୋଜୁଥିବା ପ୍ରସ୍ତାବଗୁଡ଼ିକର ଯାଞ୍ଚ କରୁଥିବା FAC, ଓଡ଼ିଶା ସରକାରଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଏବଂ ଏହି ମାମଲାକୁ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ(WII)କୁ ପଠାଇବାକୁ ଅନୁରୋଧ କରିଛି।

Forest land clearance for Puri airport postponed

ପ୍ରକଳ୍ପର ଫ୍ଲାଏୱେ କିମ୍ବା ପ୍ରବାସୀ ପକ୍ଷୀଙ୍କ ମାର୍ଗ ଉପରେ ପ୍ରଭାବ ବିଷୟରେ ଚିନ୍ତା ପ୍ରକଟ କରି ଓଡ଼ିଶା ସରକାର କହିଛନ୍ତି ଯେ, ପୂର୍ବରୁ ଦକ୍ଷିଣ ସହରଗୁଡ଼ିକୁ ବିମାନଗୁଡ଼ିକ ପୂର୍ବରୁ ସମାନ ଆକାଶପଥରେ ଚଳାଚଳ କରୁଛି।

ଏପରି ସମସ୍ତ ବିମାନ ସାଧାରଣତଃ ଚିଲିକା ହ୍ରଦ ଉପରେ କେନ୍ଦ୍ରୀୟ ଏସୀୟ ଫ୍ଲାଏୱେ ଦେଇ ଯାଇଥାନ୍ତି। ତେଣୁ ପକ୍ଷୀଙ୍କ ସ୍ଥାନାନ୍ତରଣ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିନାହିଁ ବୋଲି ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ କହିଛି। ପ୍ରବାସୀ ପକ୍ଷୀମାନଙ୍କ ଉପରେ ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ବିଷୟରେ ମଧ୍ୟ ଜେଡଏସଆଇ ଅଧ୍ୟୟନ କରିବ ବୋଲି କୁହାଯାଇଛି।

ପୁରୀ ଉପକୂଳରେ ଅଲିଭ ରିଡଲେ କଇଁଛ, ଇରାୱାଡି ଡଲଫିନ ଏବଂ ଚିଲିକା ହ୍ରଦକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କ ପାଇଁ ସମ୍ଭାବ୍ୟ ବିପଦ ଏବଂ ସଂରକ୍ଷଣ ଆବଶ୍ୟକତା ସମ୍ପର୍କରେ ଉଠାଯାଇଥିବା ଚିନ୍ତାକୁ ଦୃଷ୍ଟିରେ ରଖି, ରାଜ୍ୟ ଏହି ବିଷୟ ଉପରେ WIIର ମତାମତ ଏବଂ ସୁପାରିଶ ଲୋଡିବ ବୋଲି FAC କହିଛି।

ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଗତ ମେ ୫ରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ମଞ୍ଜୁର ହୋଇଥିଲା। ପୁରୀ ଜିଲାର ସିପାସରୁବାଲିରେ ପ୍ରାୟ ୪୭୧ ହେକ୍ଟର ଜମିରେ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୨୭.୮୮ ହେକ୍ଟର ଜଙ୍ଗଲ ଜମି ବ୍ୟବହାର ପାଇଁ ଅନୁମୋଦନ ଲୋଡିଛନ୍ତି, ଯାହାର ମୂଲ୍ୟ ଆନୁମାନିକ ୫,୬୩୧କୋଟି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+