ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ
ବାରିପଦା:ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା । ୩ ଶିକାରୀ ଗିରଫ ହେବା ସହ ୧୦ଟି ବନ୍ଧୁକ ଜବତ କରାଯାଇଛି । ଗତରାତିରେ ପୋଲିସର ଏତ ସ୍ୱତନ୍ତ୍ର ଟିମ୍ ଶିମିଳିପାଳ ନିକଟ ଗାଁରେ କମ୍ବିଂ ଚଳାଇଥିଲା ।
ସୂଚନାଥାଉ ଯେ, ଗତ ୨୨ ତାରିଖରେ ଶିକାରୀ ମାନେ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ ଯେଉଁ ସମୟରେ ଅଭିଯୁକ୍ତଙ୍କ ଗୁଳିରେ ଟଳି ପଡିଥିଲେ ଫରେଷ୍ଟଗାର୍ଡ ବିମଳ ଜେନା । ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା । ବିମଳଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ବନ ବିଭାଗ ଓ ପୋଲିସର ୫ଟି ଟିମ୍ ଗଠନ କରାଯାଇଥିଲା । ବର୍ତ୍ତମାନ ତଦନ୍ତ ଜାରି ରହିଛି । ପ୍ରାଥମିକ ସୂଚନା ଅନୁସାରେ ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର । ଖୁବ ଶୀଘ୍ର ସମସ୍ତଙ୍କୁ ଧରା ଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ । ଏହି ଘଟଣା ପାଇଁ ବମିଳଙ୍କପରିବାର ଲୋକେ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ ।












Click it and Unblock the Notifications