ଶିମିଳିପାଳରେ ବନରକ୍ଷୀଙ୍କୁ ଗୁଳି କରି ହତ୍ୟା ଘଟଣା:୨ ଗିରଫ

ମୟୂରଭଞ୍ଜ:ଶିମିଳିପାଳ ଅଭୟାରଣ୍ୟରେ ଶିକରୀ ଗୁଳିରେ ବନରକ୍ଷୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୧୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସୁଶୀଲ କୁମାର ପୋପଲି । ଆଗକୁ ସମସ୍ତ ଶିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ବନ ବିଭାଗ ଓ ପୋଲିସର ୫ଟି ଟିମ୍ ଗଠନ କରାଯାଇଛି । ବର୍ତ୍ତମାନ ତଦନ୍ତ ଜାରି ରହିଛି । ପ୍ରାଥମିକ ସୂଚନା ଅନୁସାରେ ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର । ଖୁବ ଶୀଘ୍ର ସମସ୍ତଙ୍କୁ ଧରା ଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Shimilipal

ଶିକାରୀ ମାନେ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ ଯେଉଁ ସମୟରେ ଅଭିଯୁକ୍ତଙ୍କ ଗୁଳିରେ ଟଳି ପଡିଥିଲେ ବିମଳ । ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

ବିମଳଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପାଇଁ ବମିଳଙ୍କପରିବାର ଲୋକେ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ମୟୂରଭଞ୍ଜ ପୋଲିସର ପାଞ୍ଚ ଜଣିଆ ଟିମ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଶିମିଳିପାଳ ଅଭୟାରଣ୍ୟର ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+