ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲରେ ଲାଗିବା ନିଆଁ, ମନ୍ତ୍ରୀ କହିଲେ ସରକାର ଅଛନ୍ତି ସଚେତନ
Odisha News: ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଯାଇଛି । ବୌଦ୍ଧ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ଗରମ ଆରମ୍ଭ ହେବା ପୂର୍ବରୁ ଏପରି ସ୍ଥିତି ଚିନ୍ତାର ବିଷୟ ପାଲଟିଛି । ଆଗକୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ଏପରି ସ୍ଥିତିରେ ଆଗାମୀ ଦିନରେ କ'ଣ ହେବ ସେନେଇ ସୃଷ୍ଟି ହୋଉଛି ପ୍ରଶ୍ନ ।

ଏହାରି ମଧ୍ୟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ସରକାର ସଚେତନ ଅଛନ୍ତି । ନିଆଁ ଲାଗିଥିବା ଜଙ୍ଗଲର ଆଖପାଖ ଗାଁକୁ ସଚେତନ କରାଯାଇଛି । ୧୭ ଆଦିବାସୀ ଜିଲ୍ଲାରେ ଲୋକମାନେ ପାରମ୍ପରିକ ଭାବେ ନିଆଁ ଲଗାନ୍ତି ହେଲେ ରାଜ୍ୟରେ ବିଶେଷ ନିଆଁ ଲାଗିନାହିଁ । ୩୧୦ ଛୋଟ ଛୋଟ ପଏଣ୍ଟରେ ଏବେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ସମ୍ପୁର୍ଣ୍ଣ ବ୍ୟବସ୍ଥା କରାଯାଇଛି ଏବଂ ପରିମାଣର ସ୍କ୍ୱାଡ ଗଠନ କରାଯାଇଛି ।












Click it and Unblock the Notifications