ନିୟନ୍ତ୍ରଣକୁ ଆସୁଛି ଜଙ୍ଗଲ ନିଆଁ: ଟାକ୍ସଫୋର୍ସ ମୁଖ୍ୟ କହିଲେ ଫିଲ୍ଡରେ ଥିବା ଷ୍ଟାଫ୍ ମାନଙ୍କୁ ସହଯୋଗ କରନ୍ତୁ
ରାଜ୍ୟରେ ବିଭିନ୍ନ ସ୍ଥାନରେ ଜଳୁଥିବା ନିଆଁ ଆୟତ୍ତକୁ ଆସୁଛି । ଜଙ୍ଗଲ ନିଆଁ ପ୍ରସଙ୍ଗରେ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେବା ବେଳେ ଆଶ୍ୱସ୍ତିକର ଖବର ଦେଇଛନ୍ତି ।
- ନିୟନ୍ତ୍ରଣକୁ ଆସୁଛି ଜଙ୍ଗଲ ନିଆଁ
- ଶିମିଳିପାଳରେ ଦୁଇଟି ଓଡ୍ରାଫ୍ ଟିମ୍ ପହଞ୍ଚିଛନ୍ତି
- ଜଙ୍ଗଲରେ ନିଆଁ ନେଇ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
- ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ରାତିରେ ପାଟ୍ରୋଲିଂ ବଢାଯିବ
- ନିଆଁ ଲାଗିଥିବା 6258 ଫାୟାର ପଏଣ୍ଟରୁ 3285କୁ ହ୍ରାସ ପାଇଛି
- ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀଙ୍କ ସୂଚନା
- ଫିଲ୍ଡରେ ଥିବା ଷ୍ଟାଫ୍ ମାନଙ୍କୁ ସହଯୋଗ କରିବା ପାଇଁ ଅପିଲ୍
ଭୁବନେଶ୍ୱର: ନିୟନ୍ତ୍ରଣକୁ ଆସୁଛି ଜଙ୍ଗଲ ନିଆଁ । ଶିମିଳିପାଳରେ ଦୁଇଟି ଓଡ୍ରାଫ୍ ଟିମ୍ ପହଞ୍ଚିଛନ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଜଳୁଥିବା ନିଆଁ ଆୟତ୍ତକୁ ଆସୁଛି । ଜଙ୍ଗଲ ନିଆଁ ପ୍ରସଙ୍ଗରେ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେବା ବେଳେ ଆଶ୍ୱସ୍ତିକର ଖବର ଦେଇଛନ୍ତି ।
ଆଜି ଏକ ପ୍ରେସ୍ ବିବୃତି ଦେଇ ଏହି କଥା କହିଛନ୍ତି ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ । ସନ୍ଦୀପଙ୍କ ସୂଚନା ମୁତାବକ ୯୫ ପ୍ରତିଶତ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିଆଁ ନିୟନ୍ତ୍ରଣକୁ ଆସିଛି । ନିଆଁ ଲାଗିଥିବା ୬୨୫୮ ଫାୟାର ପଏଣ୍ଟରୁ ୩୨୮୫କୁ ହ୍ରାସ ପାଇଛି ବୋଲି ଟାସ୍କଫୋର୍ସ ଅଧ୍ୟକ୍ଷ କହିଛନ୍ତି । ଏହାଛଡା ଜଙ୍ଗଲ ସଂଲଗ୍ନରେ ଥିବା ୩୦୦୦ ଗ୍ରାମକୁ ବନାଗ୍ନି ପ୍ରଶମନ ଓ ପ୍ରତିହତରେ ସହାୟତା ନିମନ୍ତେ ପ୍ରୋତ୍ସାହନ ଦେବାରେ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ।

ଏହାଛଡା ସାମ୍ପ୍ରତିକ ବନାଗ୍ନି ପରିସ୍ଥିତିକୁ ଅଧିକ ପ୍ରଭାବଶାଳୀ ଭାବେ ମୁକାବିଲା ତଥା ଫଳପ୍ରସୁ କରିବା ପାଇଁ ଅଧିକ ଲୋକ ଓ ଯାନ୍ତ୍ରିକ ବଳ ନିୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସାରା ଅଧିକ ୧୦୦ ଗୋଟି ଦଳକୁ ସ୍ଥାନ ବିଶେଷରେ ଆବଶ୍ୟକତା ଅନୁସାରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଥିବା ସେ କହିଛନ୍ତି । ଏହା ସହ ଅଧିକ ୭୦୦ ଗୋଟି ବ୍ଲୋୟର ବନାଗ୍ନି ନିର୍ବାପନ କାର୍ଯ୍ୟରେ ଯଥାଶୀଘ୍ର ଲଗାଇବାର ବ୍ୟବସ୍ଥା କରାଯାଉଅଛି ।












Click it and Unblock the Notifications