ବନ ବିଭାଗ ଆପଣେଇଲା ଫର୍ମୁଲା; ହାତୀ-ମଣିଷ ଲଢ଼େଇରେ ହେବ ଅନ୍ତ !

ଭୁବନେଶ୍ବର; ହାତୀ-ମଣିଷ ଲଢେଇରୁ ଧନଜୀବନ ନଷ୍ଟ ରୋକିବାକୁ ବନ ବିଭାଗର ପ୍ରୟାସ । ଧନଜୀବନ ନଷ୍ଟ ରୋକିବାକୁ ବହୁସୁତ୍ରୀ ଫର୍ମୁଲା ଆପଣାଇବ ବନ ବିଭାଗ । 'ଗଜସାଥୀ' କାର୍ଯ୍ୟକ୍ରମରେ ଏଣିକି ୩ଟି ନୂଆ କାର୍ଯ୍ୟକ୍ରମ ଯୋଡ଼ି ହୋଇଛି। ରେଡ଼ିଓ କଲାରିଂ, ସୋଲାର ପାୱାର ଫେନ୍ସିଂ, ହାଇମାସ୍କ ଲାଇଟ ଲାଗିବ ।

ହାତୀର ଗତିବିଧି ଜାଣିବାକୁ ହାତୀ ବେକରେ ଏଥର ଲାଗିବ ରେଡ଼ିଓ କଲାର। ବେଙ୍ଗାଲୁରୁର ଏକ କମ୍ପାନୀ ସହ ଏମଓୟୁ ସ୍ୱାକ୍ଷର କଲା ବନ ବିଭାଗ। ପ୍ରାରମ୍ଭିକ ଭାବେ ୩ଟି ହାତୀ ବେକରେ ଲାଗିବ ରେଡିଓ କଲାର। ଚଳିତ ବର୍ଷ ଗଜସାଥୀ କାର୍ଯ୍ୟକ୍ରମ ୨ ହଜାର ଗାଁକୁ ସମ୍ପ୍ରସାରଣ ଲକ୍ଷ୍ୟ।

elephant

ଅନୁଗୁଳ ବନ୍ତଳାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲାଗିବ ସୋଲାର ଫେନ୍ସିଂ। ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି । ଏହାଦ୍ୱାରା ଭବିଷ୍ୟତରେ ହାତୀ ଓ ମଣିଷ ଜୀବନ ରକ୍ଷା କରାଯାଇପାରିବ ବୋଲି ଲକ୍ଷ୍ୟ ରଖିଛି ବନ ବିଭାଗ।

ପାଖାପାଖି ୪୩ଟି ଗାଁରେ ସୋଲାର ପାୱାର ଫେନ୍ସିଂ ଲଗାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ଏହି ଅଞ୍ଚଳରେ ୟର୍ଲି ୱାର୍ଣ୍ଣିଂ ସିଷ୍ଟମ ମଧ୍ୟ ଲଗାଯିବ। ସେହି ଅଞ୍ଚଳରେ ହାତୀ ପଶିବା ମାତ୍ରେ ୟର୍ଲି ୱାର୍ଣ୍ଣିଂ ସିଷ୍ଟମ ଅନ କରିବେ ଟ୍ରାକର । ଯାହା ଦ୍ବାରା ସେହି ଅଞ୍ଚଳର ଲୋକେ ହାତୀ ଆସିବା କଥା ଜାଣି ପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+