Get Updates
Get notified of breaking news, exclusive insights, and must-see stories!

ଏହି ଜିଲ୍ଲାରୁ ମଣିଷ ଖିଆ ବାଘକୁ ଧରିଲା ବନ ବିଭାଗ

ନୂଆପଡ଼ା: ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଥିବା ମଣିଷ ଖିଆ ବାଘକୁ ଧରିଲା ବନ ବିଭାଗ । ଗତକାଲି ରାତିରେ ଯନ୍ତା ବସାଇ ବାଘକୁ କାବୁ କରାଯାଇଥିଲା । ନୂଆପଡ଼ା ରେଞ୍ଜ ଅଫିସକୁ କଲରାପତରିଆ ବାଘକୁ ଅଣାଯାଇଛି । ୨ ଜଣଙ୍କ ଶିକାର ଏବଂ ଜଣଙ୍କୁ ଆହତ କରିଥିଲା ଏହି ମଣିଷ ଖିଆ ବାଘ ।

ସୂଚନାଥାଉ ଯେ, ଗତ 5 ଦିନ ମଧ୍ୟରେ ତିନି ଜଣଙ୍କୁ ଟାଣି ନେଇଥିଲା ରକ୍ତମୁଖା କଲରାପତରିଆ ବାଘ । ୩ ତାରିଖ ସନ୍ଧ୍ୟାରେ ଜଣେ ମହିଳାଙ୍କୁ ଟାଣିନେଇଥିଲା ସେହିପରି ଗତକାଲି ସନ୍ଧ୍ୟାରେ ମଧ୍ୟ ଆଉ ଜଣେ ନାବାଳକୁ ଟାଣିନେଇଥିଲା ନେଇ ସୂଚନା ରହିଥିଲା । ସନ୍ଧ୍ୟା ପ୍ରାୟ 6 ଟା ବେଳେ ସାଙ୍ଗମାନଙ୍କ ସହ ଖେଳୁଥିଲା ବେଳେ ନୀଳକଣ୍ଠଙ୍କୁ ଝାମ୍ପି ନେଇଥିଲା କଲରାପତରିଆ ବାଘ ।

nuapada_ tiger

ବାଘଟି ନୀଳକଣ୍ଠକୁ ମୁହଁରେ କାମୁଡ଼ି ଯାଉଥିବାର ଦୃଶ୍ୟ ଗାଁ ଲୋକଙ୍କୁ ଭୟଭିତ କରିଥିଲା । ଛୁଆଟିର ଜୀବନ ବଞ୍ଚାଇବା ପାଇଁ ହାତରେ ବାଡ଼ି, ଧାରୁଆ ଅସ୍ତ୍ର ଧରି ବାହାରିଥିଲେ ଗାଁ ଲୋକ । ଏହା ପରେ ନୀଳକଣ୍ଠଙ୍କୁ ଛାଡ଼ି ସିଲିଆରିବାହାରା ଜଙ୍ଗଲରୁ ପଳାଇ ଯାଇଥିଲା ବାଘ ।

ଗାଁ ଲୋକେ ନୀଳକଣ୍ଠକୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି । ଖବର ପାଇଁ ଗାଁରେ ପହଞ୍ଚିଛି ବନ ବିଭାଗ । ବାଘର ଗତିବିଧି ଉପରେ କଡ଼ା ନଜର ରଖିଥିଲା । ବନ ବିଭାଗ ସୂଚନା ଅନୁସାରେ ସୁନାବେଡ଼ା ଅଭାୟରଣର ସିଲିଆରିବାହାରା ଜଙ୍ଗଲରେ ଘୁରି ବୁଲୁଥିଲା ଏହି କଲରାପତରି ବାଘ । ତେଣୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ନଯିବା ପାଇଁ ଗାଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା ।

ସେହିପରି ଶୁକ୍ରବାର କୋଦପାଲିର ପଡ଼ୋଶୀ ସିଲିଆରିବାହାରା ଗାଁରୁ ଜଣେ ମହିଳାଙ୍କୁ ଝାମ୍ପି ନେଇଥିଲା ବାଘ । ସନ୍ଧ୍ୟା ବେଳେ 45 ବର୍ଷୀୟ ମହିଲା ରାମେଶ୍ୱରୀ ବାଈ ମାଝି ଜଙ୍ଗଲକୁ ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ବାଘ ତାଙ୍କୁ ନେଇଯାଇଥିଲା । ରାତି ସାରା ପରିବାର ଓ ଗାଁ ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର ପତ୍ତା ପାଇନଥିଲେ। ଆଜି ମଧ୍ୟାହ୍ନରେ ରାମେଶ୍ୱରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜଙ୍ଗଲ ଭିତରୁ ପରିବାର ଲୋକେ ଉଦ୍ଧାର କରିଥିଲେ । ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ଶେଷରେ ମଣିଷ ଖିଆ ବାଘକୁ ଧରିଲା ବନ ବିଭାଗ । ଗତକାଲି ରାତିରେ ଯନ୍ତା ବସାଇ ବାଘକୁ କାବୁ କରାଯାଇଥିଲା । ନୂଆପଡ଼ା ରେଞ୍ଜ ଅଫିସକୁ କଲରାପତରିଆ ବାଘକୁ ଅଣାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+