୧୨ ଦିନ ପରେ ଘରକୁ ଫେରିଲା 'କୋକୋ': ଶୁଆକୁ ନେବାକୁ ପହଞ୍ଚିଲା ବନବିଭାଗ
ଶୁଆଟିକୁ ଗତକାଲି ଭୁବନେଶ୍ୱର କେସୁରା ଅଞ୍ଚଳର ଗୋଟିଏ ପରିବାର ଉଦ୍ଧାର କରିଥିଲେ । ବର୍ଷାରେ ଓଦା ହୋଇ ଆହତ ହୋଇଥିବା ଶୁଆକୁ ମନୋଜ କୁମାର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ପାଇ ରଖିଥିଲେ ।
କଟକ: ଗତ ଦୁଇ ଦିନ ହେବ ଗଣମାଧ୍ୟମରେ ଏକ ଶୁଆ ଖବର ବେଶ୍ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ କଟକ ତୁଳସୀପୁର ମଧୁସୂଦନ ନଗର ସ୍ଥିତ ପ୍ରଫେସର ସସ୍ମିତା ବେହେରା ଘରେ ଏକ ଶୁଆ ପାଳିଥିଲେ । ଯାହା କି ଗତ ୧୨ ଦିନ ହେବ କେଉଁଆଡେ ଉଡିଯାଇଥିଲା ।

ତେବେ ଏହି ଶୁଆଟିକୁ ଗତକାଲି ଭୁବନେଶ୍ୱର କେସୁରା ଅଞ୍ଚଳର ଗୋଟିଏ ପରିବାର ଉଦ୍ଧାର କରିଥିଲେ । ବର୍ଷାରେ ଓଦା ହୋଇ ଆହତ ହୋଇଥିବା ଶୁଆକୁ ମନୋଜ କୁମାର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ପାଇ ରଖିଥିଲେ । ଆଜି ସେହି ଶୁଆକୁ ସସ୍ମିତାଙ୍କୁ ଫେରାଇଛନ୍ତି । ଶୁଆଟି ହଜିଯିବା ପରେ ଶୁଆକୁ ପାଇବା ପାଇଁ ସହର ସାରା ପୋଷ୍ଟର, ଲିଫଲେଟ୍ ମାରିବା ସହ ଶୁଆକୁ ଆଣିଦେଲେ ୫ହଜାର ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ ସସ୍ମିତା ।
ମାତ୍ର ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ଆଧାରରେ ଶୁଆ ରଖିବା ବେଆଇନ ଦର୍ଶାଇ ଶୁଆକୁ ନେବା ପାଇଁ ପ୍ରଫେସର ସସ୍ମିତା ବେହେରାଙ୍କ ଘରେ ପହଞ୍ଚିଛି ବନବିଭାଗ ଟିମ୍ ।












Click it and Unblock the Notifications