କଣ୍ଟା ବୁଦା ଉପରେ ବସି ତପସ୍ୟା କରୁଥିଲେ ବିଦେଶୀ ଭକ୍ତ, ଶେଷରେ...
ପୁରୀ ବେଳାଭୂମିର ଏକ କଣ୍ଟାବୁଦା ଉପରେ ବସି ତପସ୍ୟା କରୁଥିଲେ ଜଣେ ବିଦେଶୀ ଭକ୍ତ । କିଛି ସମୟ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା ।
ପୁରୀ: ପୁରୀ ବେଳାଭୂମିର ଏକ କଣ୍ଟାବୁଦା ଉପରେ ବସି ତପସ୍ୟା କରୁଥିଲେ ଜଣେ ବିଦେଶୀ ଭକ୍ତ । କିଛି ସମୟ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ଘଟଣା ସ୍ଥଳରେ ପୁରୀ ବଳିଆ ପଣ୍ଡା ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ସ୍ଥାନାୟୀ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ମିଳିଥିବା ସୂଚନା ଅନୁସାରେ, ଉକ୍ତ ଭକ୍ତ ବିଦେଶୀ ଇସ୍କନ ଭକ୍ତ । ସେ ରୁଷିଆର ହୋଇଥିବା ବେଳେ ତାଙ୍କ ନାମ ମହାଆନନ୍ଦ ବୋଲି ଜଣାପଡିଛି । ଚିକିତ୍ସା ପରେ ତାଙ୍କୁ ଇସ୍କନ ଗୋଷ୍ଠୀଙ୍କୁ ହସ୍ତାନ୍ତର କରାଯାଇଛି।












Click it and Unblock the Notifications