ଏଥର ବି ସ୍ୱାଭାବିକ ରହିବ ମୌସୁମୀ; ଜାଣନ୍ତୁ, ଦେଶର କେଉଁ ଭାଗରେ ହେବ କେତେ ବର୍ଷା ?
ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଜୁନରୁ ସେମ୍ବେର ମଧ୍ୟରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ। ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି।
ନୂଆଦିଲ୍ଲୀ: ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଜୁନରୁ ସେମ୍ବେର ମଧ୍ୟରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ। ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି।

ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ। ତେବେ କେନ୍ଦ୍ରାଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମିପାରେ ବୋଲି କହିଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆସନ୍ତା ଦୁଇ ଦିନ ମଧ୍ୟରେ କେରଳ ଉପକୂଳରେ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାପରେ ଓଡ଼ିଶା ଆସିବା ନେଇ ପୂର୍ବାନୁମାନ କରାଯାଇଛି।
ଲଙ୍ଗ ପିରିୟଡ ଏଭାରେଜର ଅର୍ଥ ଗତ ୫୦ ବର୍ଷରେ ଦେଶରେ ହୋଇଥିବା ମୌସୁମି ବର୍ଷାର ହାରାହାରିକୁ ଦର୍ଶାଇଥାଏ। ୧୯୬୧ ରୁ ୨୦୧୦ ମଧ୍ୟରେ ମୌସୁମି ସମୟରେ ବର୍ଷାର ପରିମାଣ ୮୮ ସେମି ରହିଥିଲା।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମୌସୁମି ନିର୍ଦ୍ଧାରିତ ସମୟର ଦୁଇ ଦିନ ବିଳମ୍ବରେ ଅର୍ଥାତ ଜୁନ ୩ରେ କେରଳ ଛୁଇଁପାରେ। ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ, ମେ ୩୧ ମୌସୁମି କେରଳ ପହଞ୍ଚିବ। କିନ୍ତୁ ଏଥିରେ ୪ ଦିନ ବିଳମ୍ବ ଘଟିବ। ରବିବାର ଏ ନେଇ ପାଣିପାଗ ବିଭାଗ ନିଜର ସଦ୍ୟତମ ପୂର୍ବାନୁମାନ ଜାରି କରି ଜୁନ ୩ରେ ମୌସୁମି କେରଳ ଛୁଇଁବ ବୋଲି ସୂଚନା ଦେଇଛି।












Click it and Unblock the Notifications