ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଏହି କାରଣ ପାଇଁ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣିଆ ଆପଟ ସେବକ ପଡିଯିବାରୁ ହେଲା ମହାସ୍ନାନ । ସୂଚନା ଅନୁସାରେ, ପାଣି ନେବା ସମୟରେ ପଡିଗଲେ ପାଣିଆ ଆପଟ ସେବକ । ଫଳରେ ତାଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା ।

jagannath temple

ମନ୍ଦିର ଭିତରେ ରକ୍ତର ଛିଟା ପଡିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ହୋଇଛି । ବିଧି ପରମ୍ପରା ମୁତାବକ ଭିତରକାଠ ନିକଟରେ ରକ୍ତର ଛିଟା ପଡ଼ିଲେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ । ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ମହାସ୍ନାନ ନୀତି ଚାଲିଛି ।

ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ଅନ୍ୟାନ୍ୟ ନୀତି ଆଗକୁ ବଢିବ । ଦିନ ୭ଟା ୫୦ ଅବକାଶ ନୀତି ପରଠାରୁ ଅନ୍ୟାନ୍ୟ ନୀତି ଓ ଦର୍ଶନ ବନ୍ଦ ରହିଛି । ପ୍ରାୟ ୧ ଘଣ୍ଟା ଧରି ବନ୍ଦ ରହିଛି ଶ୍ରୀଜିଉଙ୍କ ଦର୍ଶନ । ମହାସ୍ନାନ ପରେ ପୁଣି ନିୟମିତ ଭାବେ ଜାରି ରହିବ ମହାପ୍ରଭୁଙ୍କ ନୀତିକାନ୍ତି । ସେପଟେ ଆହତ ହୋଇଥିବା ପାଣିଆପଟ ସେବକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆଜି ଶନିବାର ଥିବାରୁ ପ୍ରବଳ ଭକ୍ତଙ୍କ ଗହଳି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+