ପ୍ରଥମ ଥର ପାଇଁ ଢ଼େଙ୍କାନାଳ ଗଜଲକ୍ଷ୍ମୀ ପୂଜା ଆର୍ଥିକ ସହାୟତା ଦେବେ ସରକାର
ଚଳିତ ବର୍ଷ ପ୍ରଥମ ଥର ପାଇଁ ଢ଼େଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ମା'ଙ୍କ ମେଢ଼କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଢ଼େଙ୍କାନାଳ ଜିଲ୍ଲାର ମୋଟ୍ ୩୮ଟି ମେଢ଼କୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ପ୍ରତ୍ୟେକ ମେଢ଼କୁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ।
ମୋଟ ୩୮ଟି ମେଢ଼କୁ ସମୁଦାୟ ୧୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।













Click it and Unblock the Notifications