ଆଜି ପ୍ରଥମ ଥର ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜତୀୟ ପତାକା ଉତ୍ତୋଳନ କରିବେ
Independence Day 2024: ଆଜି ପ୍ରଥମ ଥର ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜତୀୟ ପତାକା ଉତ୍ତୋଳନ କରିବେ । ଯେଉଁଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଏଥର ୫୯ ଜଣ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡ଼ରେ ଯୋଗ ଦେଉଛନ୍ତି ।

ସେହିପରି ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସଏଫ୍, ଟ୍ରାଫିକ୍, ବିଏଏସଏଫ୍, ଅଗ୍ନିଶମ ବାହିନୀ, ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ଯୋଗ ଦେବା ନେଇ ସୂଚନା ରହିଛି । ପରେଡକୁ କମାଣ୍ତ କରିବେ IPS ଅମ୍ରିତ ପାଲ୍ କର । ସେହିପରି ଏଥର ଇଣ୍ତୋ ତିବତୀୟାନ ବର୍ଡର ପୋଲିସ ଏବଂ ଛତିଶଗଡ଼ ଷ୍ଟେଟ୍ ଆର୍ମ ପୋଲିସ ଯୋଗ ଦେବେ । ଯାହାଦ୍ୱାରା ଉଭୟ ରାଜ୍ୟ ସହ ଓଡ଼ିଶା ସମ୍ପର୍କ ମଜବୁତ ହେବ । ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦବୋଧନ ଦେବେ ।












Click it and Unblock the Notifications