ଜନଗଣନାରେ ଦେଶର ପ୍ରଥମ ରାଜ୍ୟ ଭାବରେ ପଛୁଆ ବର୍ଗଙ୍କ ହେବ ସର୍ଭେ
ପ୍ରଥମ ଥର ପାଇଁ ଜନଗଣନା ସହ ଓଡ଼ିଶାରେ ପଛୁଆ ବର୍ଗଙ୍କ ସର୍ଭେ ଆରମ୍ଭ ହେବ। ସମଗ୍ର ଦେଶରେ ଓଡିଶା ପ୍ରଥମ ରାଜ୍ୟ ଯେଉଁଠି ଏହି ସର୍ଭେ ଆରମ୍ଭ ହେବାକୁ ଯାଉଛି। ।
ଭୁବନେଶ୍ୱର: 10ବର୍ଷରେ ଥରେ ଜନଗଣନା ହୁଏ। ପ୍ରଥମ ଥର ପାଇଁ ଜନଗଣନା ସହ ଓଡ଼ିଶାରେ ପଛୁଆ ବର୍ଗଙ୍କ ସର୍ଭେ ଆରମ୍ଭ ହେବ। ସମଗ୍ର ଦେଶରେ ଓଡିଶା ପ୍ରଥମ ରାଜ୍ୟ ଯେଉଁଠି ଏହି ସର୍ଭେ ଆରମ୍ଭ ହେବାକୁ ଯାଉଛି। ।
ରାଜ୍ୟରେ ମୋଟ ସାଢ଼େ 4କୋଟି ଲୋକଙ୍କ ମଧ୍ୟରୁ ଶତକଡା 53ପ୍ରତିଶତ ଲୋକ ପଛୁଆ ବର୍ଗ ଅଛନ୍ତି। ସେମାନଙ୍କ ଆର୍ଥିକ, ସାମାଜିକ ଓ ଶିକ୍ଷାଗତ ସ୍ଥିତିକୁ ଦୃଷ୍ଟିରେ ରଖି କରାଯିବ ସର୍ଭେ। ବ୍ଲକ ଲେବେଲ ମାଷ୍ଟର ଟ୍ରେନର ମାନଙ୍କ କର୍ମଶାଳା ଆରମ୍ଭ। ମେ ପହିଲାରୁ ଆରମ୍ଭ ହୋଇ 20ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

101 କେନ୍ଦ୍ରରେ ଏହି ସର୍ଭେ ହେବାକୁ ଥିବା ବେଳେ ଏଥିରେ 133 ଜଣ ଏନୁମ୍ୟୁରେଟର ଓ 22ଜଣ ସୁପ୍ରଭାଇଜର ନିୟୋଜିତ ରହିବେ। ସର୍ଭେ ନିର୍ଭୁଲ ଭାବେ କରିବା ପାଇଁ ଏମାନଙ୍କୁ ତାଲିମ ଦେବା ପାଇଁ 3 ଜଣ cdpo ଓ ଜଣେ ଡେପୁଟି କମିଶନରଙ୍କ ସମେତ 4 ଜଣ ଜିଲ୍ଲାସ୍ତରୀୟ ମଷ୍ଟର ଟ୍ରେନରଙ୍କୁ ରଖାଯାଇଛି।
ଆଜିଠାରୁ ଏନୁମ୍ୟୁରେଟରମାନଙ୍କୁ ତାଲିମ ଦେବା କାର୍ଯ୍ୟ ଆରମ୍ଭ ହୋଇଛି। ସର୍ଭେ ଶେଷ ହେବା ପରେ ଜୁନ ପହିଲାରେ ସରକାରଙ୍କ ଦ୍ୱାରା ଡ୍ରାଫ୍ଟ ପବ୍ଲିକେସନ ଏବଂ ଆପତ୍ତି ଅଭିଯୋଗ ଶୁଣାଣିର ନିର୍ଧାରିତ ସମୟ ଶେଷ ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ବିଭିନ୍ନ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବା ବେଳେ ଏହି ସର୍ଭେ ଦ୍ୱାରା ପ୍ରକୃତ ପଛୁଆ ବର୍ଗ ଚିହ୍ନଟ ହୋଇପାରିବେ। ଏବଂ ଯେଉଁମାନଙ୍କ ଆର୍ଥିକ ସ୍ଥିତି ସ୍ଵଛଳ ଥିବ ସେମାନଙ୍କୁ ତାଲିକାରୁ ବାଦ ଦିଆଯିବ। ପ୍ରଥମ ଥର ପାଇଁ ଓଡ଼ିଶାରେ ପଛୁଆ ବର୍ଗଙ୍କ ସର୍ଭେ କରାଯାଉଛି।












Click it and Unblock the Notifications