ଓଡ଼ିଆ ପକ୍ଷରେ ଆଜି ‘ଆମ ପୋଷାକ ଆମ ପରିଚୟ'
ଏପ୍ରିଲ ୧ରୁ ୧୪ ପର୍ଯ୍ୟନ୍ତ ରାଜ୍ୟ ସରକାର 'ଓଡ଼ିଆ ପକ୍ଷ' ପାଳନ କରୁଛନ୍ତି । ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାରା ଓଡ଼ିଶାରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଏବଂ ଶିଶୁ ବାଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏପ୍ରିଲ ୩ ତାରିଖରେ ପାରମ୍ପରିକ ଓଡ଼ିଆ ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପର ଲାଭ କରିଛି । ହସ୍ତତନ୍ତ୍ର ମାଧ୍ୟମରେ ବୁଣାକାରମାନଙ୍କ ସୃଜନାତ୍ମକ କୌଶଳ ପିଢ଼ି ପରେ ପିଢ଼ି ପ୍ରସାରିତ ହୋଇ ଆସୁଛି ।
ପାରମ୍ପରିକ ପୋଷାକ ପରିଧାନ ପ୍ରଚାର ପ୍ରସାର ପାଇଁ ହସ୍ତତନ୍ତ, ବୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ 'ଆମ ପୋଷାକ ଆମ ପରିଚୟ' ଦିବସ ପାଳନ କରାଯିବ ।

ଆହ୍ବାନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତାରେ କହିଛନ୍ତି, ଆମ ବସ୍ତ୍ର ହେଉଛି ଆମ ସ୍ବାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତର ସମଗ୍ର ବିଶ୍ଵରେ ପ୍ରସିଦ୍ଧି ରହିଛି। ସମ୍ବଲପୁରୀ, ସୋନପୁରୀ, ବୋମକାଇ, ମାଣିଆବନ୍ଧ, କୋଟପାଡ଼ ହସ୍ତତନ୍ତ ପୋଷାକ ଓ ଶାଢ଼ି ସହିତ ଖୋର୍ଦ୍ଧା ଲୁଙ୍ଗି ଓ ଗାମୁଛା ରାଜ୍ୟ ତଥା ରାଜ୍ୟ ବାହାରେ ଆଦୃତି
ମଧ୍ୟ ସମୃଦ୍ଧ ହୋଇଥାଏ ।
ଓଡ଼ିଆ ପକ୍ଷ ପାଳନ ଅବସରରେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । କେବଳ ଆଜି ନୁହେଁ, ସବୁ ଦିନ ହସ୍ତତନ୍ତ ପିନ୍ଧିବା ଓଡ଼ିଶାର ଅର୍ଥନୀତିକୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି
ଆଜି ପାରମ୍ପରିକ ପୋଷାକ ପରିଧାନ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିବେଦନ କରିଛନ୍ତି । ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର କମିସନର ଗୁହା ପୁନମ ତାପସ କୁମାର ସମସ୍ତ ଜିଲ୍ଲାପାଳ, ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଜିଲ୍ଲା ଓ ବିଭାଗୀୟ ଦପ୍ତରରେ ଏହି ଉତ୍ସବ ପାଳନ ସହ ସମସ୍ତ ଅଧିକାରୀ/କର୍ମଚାରୀ ହାତବୁଣା ପୋଷାକ ପରିଧାନ କରିବା ପାଇଁ ଅବଗତ କରିଛନ୍ତି ।












Click it and Unblock the Notifications