ନୌସେନା ଦିବସ ପାଇଁ ପୁରୀରେ ଟ୍ରାଫିକ୍ କଟକଣା
Odisha News: ନୌସେନା ଦିବସ ଏବଂ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁରୀରେ ଟ୍ରାଫିକ୍ କଟକଟା ଲାଗୁ କରାଯାଇଛି । ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ଚାରି ଚକିଆ ଗାଡ଼ି ଗୁଡିକ ମାଳତିପାଟପୁରଠାରୁ ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ଯିବ ।ସେହିପରି ଦୁଇ ଚକିଆ ଗାଡ଼ି ଗୁଡିକ ବାଟଗାଁରୁ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟଲିନ୍ ପର୍ଯ୍ୟନ୍ତ ଯିବ ।

ସେହିପରି କୋଣର୍କ ପଟୁ ଆସୁଥିବା ଗାଡ଼ି ତାଳବଣିଆରେ ପାର୍କିଂ କରି ପାରିବେ ଏବଂ ବ୍ରହ୍ମପୁର ପଟୁ ଆସୁଥିବା ଗାଡି ଗୁଡିକ ଷ୍ଟଲିନ୍ ନିକଟରେ ଗାଡ଼ି ରଖିପାରିବେ । ସେହିପରି ଅରେଞ୍ଜ ପାସଧାରୀ ଜେଲ ରୋଡ ଓ ଶରଧାବାଲିର ପାର୍କିଂ କରି ପାରିବେ ଏବଂ ବ୍ଲୁ ପାସ ରଖିଥିବା ଲୋକମାନେ ନୀଳାଚଳ ଅଶୋକ ଏବଂ ଏସିଏସ କଲେଜରେ ପାର୍କିଂ କରିପାରିବେ ।












Click it and Unblock the Notifications