ଦୁର୍ଗା ପୂଜା ପାଇଁ କମିଶନରେଟ ପୁଲିସର ପକ୍ଷରୁ ଜାରି ହ କଟକଣା, ଏଥର ବାଜିବନି ଡିଜେ
ପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କଟକ ସହରରେ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ ପୁଲିସର କଟକଣା କରାଯାଇଛି।

ଭସାଣିରେ ୬ଟି ସାଉଣ୍ଡ ବକ୍ସ ବ୍ୟବହାର ନ କରିବା ପାଇଁ ବାରଣ କରାଯାଇଛି। ଏଥିସହ ଦଶହରାରେ ଡିଜେ ସମ୍ପୂର୍ଣ୍ଣ ମନା ହୋଇଛି। ଏହା ସହ ସୁନାଚାନ୍ଦି ମେଢ଼ ମଣ୍ଡପ ନିକଟରେ ବନ୍ଧୁକଧାରୀ ପୁଲିସ ମୁତୟନ ହେବେ। ପୁଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ପରେ କଟକ ଅତରିକ୍ତ ଡିସିପି ଅନୀଲ ମିଶ୍ର ଏହି ସୂଚନା ଦେଇଛନ୍ତି।
ସେହିପରି ମା'ଙ୍କ ଭସାଣି ସମୟରେ ବାଣ ଫୁଟାଯାଇ ପାରିବନି। ରାତି ୧୦ଟା ପର୍ଯ୍ୟନ୍ତ ଶୋଭାଯାତ୍ରାର ଅନୁମତି ରହିଛି, କିନ୍ତୁ ଯଦି ରାଜ୍ୟ ସରକାର ଅନୁମତି ଦେବେ, ରାତି ୧୨ ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିପାରିବ ବୋଲି ଅତରିକ୍ତ ଡିସିପି ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ପୂଜାକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ପଦକ୍ଷେପ ନେଉଛି। ଜୋର୍ ଜବରଦସ୍ତ ଚାନ୍ଦା ଆଦାୟକୁ ଜିରୋ ଟଲରେନ୍ସ ହିସାବରେ ଗ୍ରହଣ କରିଛି କମିଶନରେଟ ପୁଲିସ। ଏଭଳି ଚାନ୍ଦା ଆଦାୟ ସଂପର୍କରେ ଏକ ଟୋଲ ଫ୍ରି ନମ୍ବର ଜାରି କରାଯିବ। କିନ୍ତୁ ସ୍ୱେଚ୍ଛାକୃତ ଚାନ୍ଦାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଅତରିକ୍ତ ଅତରିକ୍ତ ଡିସିପି ଅନୀଲ ମିଶ୍ର ।












Click it and Unblock the Notifications