ରାସନକାର୍ଡ ଇ-କେୱାସି କୁ ନେଇ ବଡ଼ ଅପଡ଼େଟ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ, କହିଲେ...
ଅଗଷ୍ଟ ମାସରୁ ଆରମ୍ଭ ହୋଇସାରିଛି ରାସନ କାର୍ଡ ଅନିୟମିତତା ନେଇ ଯାଂଚ । ଅଗଷ୍ଟ ୨୨ରୁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ନୂଆ ସରକାର । ରାସନକାର୍ଡରେ ଭୂତ ହିତାଧିକାରୀଙ୍କୁ ଠାବ କରିବା ପାଇଁ ରାସନ କାର୍ଡରେ ଇ-କେଓ୍ବାସି ଭରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଇ-କେୱାଇସି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଶେଷ ଲୋକର ଇ-କେୱାଇସି ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ। ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ ଇ-କେୱାଇସି ହେବ। ୨ କୋଟି ଲୋକଙ୍କ ଇ-କେୱାଇସି ସରିଛି। ଆଉ ଦେଢ଼ କୋଟି ଲୋକଙ୍କ ହେବ।

ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ ବୋଲି ମନ୍ତ୍ରୀ କହିଛନ୍ତି। - ଇ-କେୱାଇସି ହୋଇସାରିଲା ପରେ କେତେ ଫଲ୍ସ କାର୍ଡ ଥିଲା ଜଣାପଡ଼ିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନିଶ୍ଚିତ ଆମେ ସେମାନଙ୍କୁ କାଟିବୁ, ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦେବୁ ଦୃଢ଼କ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ ।












Click it and Unblock the Notifications