ଖାଦ୍ୟ ଯୋଗାଣ ମନ୍ତ୍ରୀ ବଡ ଘୋଷଣା, ଆଉ ବଢ଼ିବନି ରାଶନ କାର୍ଡ e-KYC ଅବଧି
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଶନ କାର୍ଡ e-KYC ଅବଧିକୁ ନେଇ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ୧୫ ତାରିଖରେ ରାଶନ କାର୍ଡ e-KYC ଅବଧି ସରିବ। ଏହା ପରେ ଆଉ ତାରିଖ ବଢ଼ାଯିବ ନାହିଁ। ଅଯୋଗ୍ୟ ହିତାଧିକାରୀ କାର୍ଡ ନ ଫେରାଇଲେ ତାଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ହିତାଧିକାରୀ e-KYC କରିନାହାନ୍ତି। ୮ ଲକ୍ଷ ଆୟକରଦାତା ବି ହାତେଇଛନ୍ତି ରାଶନକାର୍ଡ। ସ୍ବାସ୍ଥ୍ୟ କାର୍ଡ ହାତେଇବାକୁ ରାଶନକାର୍ଡ ନେଇଥିଲେ। ୧୨ ହଜାର ଚାକିରିଆ, ବଡ଼ବଡ଼ିଆ ରାଶନକାର୍ଡ ଫେରାଇ ସାରିଲେଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।












Click it and Unblock the Notifications