ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣିବେ ରାଜ୍ୟ ସରକାର । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି "ଇସ୍ତାହାରରେ ଆମେ ଏହା କହିଛୁ, ଏଇ ଖରିଫ୍ ଋତୁରୁ ଚାଷୀଙ୍କୁ ୩୧ଶହ ଦିଆଯିବ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସେ କହିଛନ୍ତି ଯେ ଇସ୍ତାହାରରେ କହିଛୁ, ଏଇ ଖରିଫ୍ ଋତୁରୁ ଚାଷୀଙ୍କୁ ୩୧ଶହ ଦେବୁ ।
କାଲି କେନ୍ଦ୍ର ୨୩ଶହ କଲା ପରେ, ଆମକୁ ସୁବିଧା ହୋଇଛି । ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥାନ୍ତା, ଏବେ ୮୦୦ ପଡ଼ିବାସେହିପରି ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ । କୌଣସି କନୀଛଗ୍ନୀ କରାଯିବନି । ଯଦି କେହି କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରକାଶଥାଉକି ବୁଧବାର ମୋଦି ୩.୦ ସରକାରର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ବୈଠକର ମଞ୍ଜୁରୀ ମିଳିଛି । ଏଥିରେ ୧୪ ପ୍ରକାର ଫସଲକୁ ସାମିଲ କରାଯାଇଛି । ଯେଉଁଥିରେ ଧାନ ଏମଏସପି ୨,୩୦୦ ଟଙ୍କା ରହିବ ବୋଲି ବୈଷ୍ଣବ କହିଥିଲେ ।

ସେ ଆହୁରି କହିଛନ୍ତି ରାଜଧାନୀ ଭୁବନେଶ୍ୱରରେ ଖୋଲିବ ଚାଉଳ ATM। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍। ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ସେମାନେ ମେସିନ୍ରେ କାର୍ଡ ଗଳାଇଲେ ବାହାରିବ ଚାଉଳ। ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ କରାଯିବ ଏହି ବ୍ୟବସ୍ଥା। ପରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲାଯିବ ଚାଉଳ ଏଟିଏମ୍। ଆଜି ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର କିଛି ଅଧିକାରୀ ଆସିଥିଲେ। ସେମାନଙ୍କ ସହିତ ଏନେଇ ଆଲୋଚନା ହୋଇଛି। ସେମାନେ ଆମକୁ ଟେକ୍ନୋଲୋଜି ଯୋଗାଇ ଦେବେ।












Click it and Unblock the Notifications