ସରକାରୀ ଡାକ୍ତରଖାନାରେ ବଢିଲା ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ, ଶଯ୍ୟା ପିଛା ମିଳିବ ଏତିକି ଟଙ୍କା
ରୋଗୀଙ୍କୁ ପୁଷ୍ଟିକର ଓ ସ୍ବାସ୍ଥ୍ୟଯୁକ୍ତ ଖାଦ୍ୟ ଦେବା ଲକ୍ଷ୍ୟରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କ୍ରମରେ ଇନ୍ଡୋର ୱାର୍ଡରେ ରୋଗୀଙ୍କ ଖର୍ଚ୍ଚ ବୃଦ୍ଧି କରାଯାଇଛି। ପୂର୍ବରୁ ଶଯ୍ୟା ପିଛା ୧୧୦ ଟଙ୍କା ଥିଲା ବେଳେ ଏବେ ସରକାର ଏହାକୁ ୧୨୭ ଟଙ୍କା ନିର୍ଦ୍ଧାରଣ କରିଛନ୍ତି। ଶିଶୁମାନଙ୍କର ଦୈନିକ ଖାଦ୍ୟ ପାଇଁ ପୂର୍ବରୁ ୯୫ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ୧୧୦ ଟଙ୍କା ବୃଦ୍ଧି କରାଯାଇଛି।

ସେହିପରି ଉଚ୍ଚ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଇଁ ଯାହା ପୂର୍ବରୁ ୧୨୦ ଟଙ୍କା ଥିଲା, ତାହା ଏବେ ୧୩୮ ଟଙ୍କାକୁ ବୃଦ୍ଧି କରାଯାଇଛି। ଶୁଖିଲା ଖାଦ୍ୟ ପାଇଁ ୯୫ ଟଙ୍କା ସ୍ଥାନରେ ୧୧୦ ଟଙ୍କା କରାଯାଇଥିବା ବେଳେ ତରଳ ଖାଦ୍ୟ ପାଇଁ ୧୧୦ ଟଙ୍କା ପରିବର୍ତ୍ତେ ୧୨୭ ଟଙ୍କା କରାଯାଇଛି।












Click it and Unblock the Notifications