Get Updates
Get notified of breaking news, exclusive insights, and must-see stories!

ଡବଲ ଡୋଜ ପରେ ବି ମାନନ୍ତୁ ଗାଇଡ଼ଲାଇନ : କାହିଁକି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ?

କରୋନା ଟିକାର ଡବଲ ଡୋଜ୍‌ ନେବା ପରେ ମଧ୍ୟ କିଛି ଲୋକ ସଂକ୍ରମିତ ହେଉଥିବାର ରାଜ୍ୟରେ ଦେଖିବାକୁ ମିଳିଛି। ଏହା ଉପରେ ଅଧିକ ପରୀକ୍ଷା କରିବା ପାଇଁ ସରକାର ଟେକନିକାଲ କମିଟି ଗଠନ କରିଛନ୍ତି

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଟିକାକରଣ ମଧ୍ୟ ଜାରି ରହିଛି । ଟିକା ନେବା ପରେ ବି ଲୋକ ସଂକ୍ରମିତ ହେଉଛନ୍ତି ବୋଲି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଟିକା ନେବା ପରେ କୋଭିଡ ହେବନି ଏପରି କିଛି ନାହିଁ । ବିଭିନ୍ନ ଟିକା 90 ପ୍ରତିଶତ ଭିତରେ କାମ କରୁଛି । ଟିକା ନେବା ଦ୍ୱାରା ଆମ ଦେହରେ କରୋନା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି । ମାତ୍ର ଟିକାର ଡବଲ ଡୋଜ ନେବା ପରେ ଏହି ଆଶଙ୍କା ସାମାନ୍ୟ କମ ଥାଏ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

କରୋନା
ସେହିପରି କରୋନା ଟିକାର ଡବଲ ଡୋଜ୍‌ ନେବା ପରେ ମଧ୍ୟ କିଛି ଲୋକ ସଂକ୍ରମିତ ହେଉଥିବାର ରାଜ୍ୟରେ ଦେଖିବାକୁ ମିଳିଛି। ଏହା ଉପରେ ଅଧିକ ପରୀକ୍ଷା କରିବା ପାଇଁ ସରକାର ଟେକନିକାଲ କମିଟି ଗଠନ କରିଛନ୍ତି। ଵିଶେଷ କରି ସେମାନେ 4ଟି ଦିଗ ଉପରେ କାର୍ଯ୍ୟ କରିବେ। ଅନ୍ୟପଟେ ଟିକା ନେବା ପରେ ବି କୋଭିଡ ଗାଇଡଲାଇନକୁ ଠିକ ଭାବେ ଅନୁପାଳନ କରନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ ସଂକ୍ରମଣ ଏବେ ଭଲ ସ୍ଥିତିରେ ଅଛି । ସଂକ୍ରମଣ ଟିକିଏ ତଳ ଉପର ହେବ । ଆମେ ଗୋଟିଏ ଷ୍ଟେବଲ ଷ୍ଟେଜକୁ ଯାଉଛୁ। ତୃତୀୟ ଲହର ଆସିବା ନେଇ କେବଳ ଆକଳନ କରାଯାଉଛି । ମାତ୍ର ଏଥିପାଇଁ ଆମେ ଭୟଭୀତ ହେବା ନାହିଁ ଏବଂ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+