ରଥଯାତ୍ରା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ରଥଯାତ୍ରା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୁରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ସମସ୍ତ ସୂଚନା କେନ୍ଦ୍ରରେ ପାଲା, ଦାସକାଠିଆ, ଘୋଡ଼ାନାଚ, ଇତ୍ୟାଦି ଲୋକକଳା ପରିବେଷଣ କରାଯିବ।

ପୁରୀ: ରଥଯାତ୍ରାକୁ ଆଉ କେଇଟା ଦିନ। ଜଗତବାସୀଙ୍କୁ ଦର୍ଶନ ଦେବେ ଜଗତର ନାଥ। ଘଣ୍ଟମାଡ଼ ଓ ହୁଳୁହୁଳିରେ କମ୍ପିବ ବଡ଼ଦାଣ୍ଡ। ତେବେ ରଥଯାତ୍ରା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଜନସାଧାରଣଙ୍କ ସୁବିଧା ଦେଖି ବିଭିନ୍ନ ପଦକ୍ଷେପ ନିଆଯାଇଛି ।

Ratha Yatra 2022

ସିଧାପ୍ରସାରଣ ପାଇଁ ଲାଇଭ କମନ ଫିଡ଼

ଗତବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଲାଇଭ କମନ ଫିଡ଼ ଦିଆଯିବ। ଗତଥର ବିଭାଗ ତରଫରୁ ଦୂରଦର୍ଶନ ଜରିଆରେ ରଥଯାତ୍ରାର ସିଧା ପ୍ରସାରଣ ଆୟୋଜନ କରାଯାଇଥିବା ବେଳେ ଚଳିତବର୍ଷ ମଧ୍ୟ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମକୁ ଲାଇଭ କମନ ଫିଡ ଯୋଗାଇବା ସମ୍ପର୍କରେ ଦୂରଦର୍ଶନ ସହ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ

ଏହା ସହ ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁବିଧା ନିମନ୍ତେ ୧୧ ଗୋଟି ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ କରାଯିବ। ସିଂହଦ୍ବାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭମଠ, ଦିଗବାରେଣୀ, ଗୁଣ୍ଡିଚାବାଡି, ମାଳତିପାଟପୁର, ସୁଭାଷବୋଷ ଛକ, ପାଛଭବନ, ତାଳବଣିଆ ଏବଂ ରେଳଷ୍ଟେସନଠାରେ ସୂଚନା କେନ୍ଦ୍ର ଖୋଲାଯିବ।

ଶ୍ରୀ ଗୁଣ୍ଡିଚା ଦିନ ସିଂହଦ୍ଵାରଠାରେ ଓ ବାହୁଡା ଦିନ ଗୁଣ୍ଡିଚା ମନ୍ଦିରଠାରେ ବିଶିଷ୍ଟ ଅତିଥିମାନଙ୍କ ବସିବା ଲାଗି ବ୍ୟବସ୍ଥା କରାଯିବ । ଅତିଥିମାନଙ୍କ ସତ୍କାର ନିମନ୍ତେ ସୁବନ୍ଦୋବସ୍ତ କରାଯିବ । ସିଂହଦ୍ବାର ନିକଟରେ ଜିଲ୍ଲା ପ୍ରଶାସନ ତରଫରୁ ଅତିଥିମାନଙ୍କ ଉପବେଶନ ପାଇଁ ସ୍ଥାନ ନିରୂପଣ କରି ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Ratha Yatra 2022

ସାଂସ୍କୃତିକ କାର୍ଯ୍ୟକ୍ରମ

ରଥଯାତ୍ରା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୁରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ସମସ୍ତ ସୂଚନା କେନ୍ଦ୍ରରେ ପାଲା, ଦାସକାଠିଆ, ଘୋଡ଼ାନାଚ, ଇତ୍ୟାଦି ଲୋକକଳା ପରିବେଷଣ କରାଯିବ। ଏହା ସହ ପ୍ରତିଦିନ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ନିକଟରେ ଭଜନ ଓ ପ୍ରବଚନ ପରିବେଷଣ କରାଯିବ । ବାହୁଡା ଦିନ ପୂର୍ବାହ୍ନରେ ଗୁଣ୍ଡିଚା ମନ୍ଦିର ସୂଚନା କେନ୍ଦ୍ରରେ ଭଜନ ସମାରୋହ ଆୟୋଜନ କରାଯିବ । ଭଜନ ପରିବେଷଣ ନିମନ୍ତେ କଳାକାର ଚୟନ ପାଇଁ ନିର୍ଦ୍ଦେଶକ ବ୍ୟବସାୟୀକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇପାରେ ବୋଲି କୁହାଯାଇଛି । ଏଥିରେ ଅତିରିକ୍ତ ନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ କ୍ଷେତ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକଙ୍କୁ ସଦସ୍ୟ ରଖାଯାଇପାରେ ।

ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ବତନ୍ତ୍ର ଉନ୍ନମୋଚନ

ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ରଥଯାତ୍ରା ବିଶେଷାଙ୍କ ତଥା ଜଗନ୍ନାଥ ଜଣାଣ ଆଦି ପୁସ୍ତିକା ଯଥେଷ୍ଟ ପୂର୍ବରୁ ଛପାଯାଇ ବିକ୍ରି ପାଇଁ ସୁଚନା କେନ୍ଦ୍ର ଗୁଡିକରେ ଯୋଗାଇ ଦିଆଯିବ । ସେହିପରି ରଥଯାତ୍ରା ସମୟରେ ଜିଲ୍ଲା ପ୍ରଶାସନଙ୍କ ସମନ୍ଵୟରେ ଜଗନ୍ନାଥ ସଂସ୍କୃତି ଉପରେ ତଥା ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ ।

ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ବିଭାଗ ଦ୍ବାରା ଟିଭି ଓ ଫଟୋ କଭରେଜ ବ୍ୟବସ୍ଥା କରାଯିବ। ରଥଯାତ୍ରା ଦିନ ସାମ୍ବାଦିକମାନଙ୍କର ପୁରୀ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହାସହ ଆଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+