ରାଜ୍ୟରେ ଆଉ 4 ଦିନ ଶୁଖିଲା ପାଗ : ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଛୁଇଁବ 40 ଡିଗ୍ରୀ
ରାଜ୍ୟରେ ଆସନ୍ତା ଚାରି ଦିନ ପାଗ ଶୁଖିଲା ରହିବ । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 40 ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଚାରି ଦିନ ପାଗ ଶୁଖିଲା ରହିବ । ମୟୁରଭଞ୍ଜ, ଭଦ୍ରକ କଟକ, ଖୋର୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ଆଦି କେତେକ ଜିଲ୍ଲାରେ କୁହୁଡି ଦେଖାଦେଇଛି । ପାଣିପାଗ ବଦଳିଛି ଓ ରାତିରେ ଭୀଷଣ ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଉତ୍ତର ଉପକୂଳବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।

ସେହିପରି ଗତକାଲି ପରି ଆଜି ମଧ୍ୟ ଭୁବନେଶ୍ବର ଓ ଅନୁଗୁଳ ସମେତ ଅନ୍ୟାନ୍ୟ ସହରର ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଅପରପକ୍ଷରେ କେତେକ ସ୍ଥାନରେ ସ୍ବଭାବିକ ଠାରୁ 2 ରୁ 3 ଡିଗ୍ରୀ ତାପମାତ୍ରା ବଢିବ । ଗତକାଲି ଭୁବନେଶ୍ବର ତାପମାତ୍ରା 37 ଡିଗ୍ରୀ ରହିଥିବା ବେଳେ ଆଜି ସମାନ ରହିବ ବୋଲି କହିଛି ପାଣିପାଗ ବିଭାଗ । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 40 ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ଉପକୂଳ ଓ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବ ନାହିଁ ସୂଚନା ଦେଇଛି ପାଣିପାଗ ବିଭାଗ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications