Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ୩ ଦିନ ଯାଏ ଲାଗି ରହିବ କୁହୁଡି, ଗାଡ଼ି ଚଳକଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ବର : କୁହୁଡ଼ିରୁ ଏବେ ନିସ୍ତାର ମିଳିବ ନାହିଁ। ୩ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଅତି ଘନ କୁହୁଡି । ଗାଡି ଆଗକୁ ଦେଖିବା ବି ହେବ କଷ୍ଟକର। ଆଜି ଘନ କୁହୁଡ଼ି ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେଣୁ ସତର୍କତା ଅବଲମ୍ବନ କରିବାକୁ ଗାଡ଼ି ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି । ଆସନ୍ତା ୫ ଓ ୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଅନ୍ୟ ସବୁଠି ପାଗ ଶୁଖିଲା ରହିବ। ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Dense Fog

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଲୋକଙ୍କୁ ନାକେଦମ କରିଛି। ଢେଙ୍କାନାଳ ଓ ତାଳଚେରରେ ଅତିଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତାର ଯଥାକ୍ରମେ ୩୦ ମିଟର ଓ ୪୦ ମିଟର ରହିଥିଲା। ୭ଟି ସ୍ଥାନରେ ଘନ କୁହୁଡି ଅର୍ଥାତ୍‌ ସୋନପୁର, ଫୁଲବାଣୀ, କୋରାପୁଟ ଓ ଖୋର୍ଦ୍ଧାରେ ଦୃଶ୍ୟମାନର ଦୂରତା ୫୦ ମିଟର, କଟକରେ ୮୦ ମିଟର, ଅନୁଗୁଳରେ ୧୦୦ ମିଟର ଓ କେନ୍ଦ୍ରାପଡାରେ ୧୫୦ ମିଟର ଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+