ରାଜ୍ୟରେ ଜାରି ରହିବ କୁହୁଡି, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି
ରାଜ୍ୟରେ ଏବେ ରାତି ତାପମାତ୍ରା ବୃଦ୍ଧି ପାଇଥିବାରୁ ଶୀତ ପ୍ରକୋପ ହ୍ରାସ ପାଇଛି। ତେବେ ଅତ୍ୟଧିକ କୁହୁଡି ପାଇଁ ଜନଜୀବନ ପ୍ରଭାବିତ ହେଉଛି। ସୋମବାର ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ ପୁରୀରେ ଘନ କୁହୁଡି ହେବା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହିପରି କଟକ, ନୟାଗଡ଼, ବାଲେଶ୍ୱର ଆଦି ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ବୋଲି ସୂଚନା ଦିଆଯାଇଛି। ରାଜ୍ୟରେ ଆହୁରି ୫ଦିନ ଅର୍ଥାତ୍ ୬ ତାରିଖ ପର୍ଯ୍ୟନ୍ତ ଏଭଳି କୁହୁଡି ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା ଓ କଟକ, ବୁଧବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ କୁହୁଡି ହେବ ବୋଲି ପୂର୍ବାନୁମାନ କରାଯାଇଛି। ୪/୫ ଦିନ ପରେ ପୁଣି ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ଆକଳନ କରାଯାଇଛି।












Click it and Unblock the Notifications