ରାଜ୍ୟରେ ଆହୁରି ୫ ଦିନ କଲବଲ କରିବ କୁହୁଡି
ରାଜ୍ୟରେ ବର୍ତ୍ତମାନ ହାଡ ଭଙ୍ଗା ଶୀତରୁ କିଛି ମାତ୍ରାରେ ରକ୍ଷାପାଇଛନ୍ତି ଲୋକେ । ହେଲେ ଘନ କୁହୁଡି କଲବଲ କରୁଛି ରାଜ୍ୟବାସୀଙ୍କୁ । ସକାଳ ୧୦ ଯାଏଁ ରାସ୍ତା ଘାଟରେ ଯାତାୟତ କରିବା ମୁସ୍କିଲ ହୋଇପଡିଛି । ତେବେ ଏଭଳି ସ୍ଥିତି ଆହୁରି ୫ ଦିନ ଲାଗି ରହିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, କଟକ, ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ।
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ରାତି ତାପମାତ୍ରାରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବ ନାହିଁ । ମାତ୍ର ଏହାପରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ, ସମ୍ବଲପୁରରେ ସର୍ବାଧିକ ୩୧.୭ ଡିଗ୍ରୀ ରହିଥିବା ଜଣାପଡିଛି ।
-
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ







Click it and Unblock the Notifications