Get Updates
Get notified of breaking news, exclusive insights, and must-see stories!

୨ ଯାଏ ରାଜ୍ୟରେ କୁହୁଡ଼ି ସମ୍ଭାବନା, ପାଣିପାଗ ବିଭାଗର ପୂର୍ବାନୁମାନ

ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ କୁହୁଡ଼ି ରହିବ । ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ପୁରୀରେ ମଧ୍ୟମ ଧରଣର କୁହୁଡ଼ି ଦେଖା ଦେଇପାରେ । ତେବେ ୪ ତାରିଖ ଯାଏ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

weather

ଶନିବାର ଉପକୂଳ ଓଡ଼ିଶାରେ ଶୀତ ପ୍ରାୟତଃ ଉଭେଇ ଯିବ । ପୁରୀରେ ୨୦, ଗୋପାଳପୁରରେ ୧୯, ଚାନ୍ଦବାଲି ଓ ପାରାଦୀପରେ ୧୮, ଛତ୍ରପୁର, ଭୁବନେଶ୍ୱର ଓ ଚାନ୍ଦବାଲିରେ ୧୭, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କଟକ ଓ ନୟାଗଡ଼ରେ ୧୬ ଡିଗ୍ରୀ ରହିପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୧୫ ଡିଗ୍ରୀ ରହିପାରେ । କୌଣସି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀରୁ ତଳକୁ ଖସିବନି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ରବିବାର ବି ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ୍ ରହିବ । ଅଧିକାଂଶ ସ୍ଥାନରେ ପାରଦ ୧୬ରୁ ୧୮ ଡିଗ୍ରୀ ରହିବ । ପୁରୀରେ ୨୦ ଡିଗ୍ରୀ ରହିପାରେ । ୨ ତାରିଖ(ସୋମବାର) ଫୁଲବାଣୀରେ ୧୧ଡିଗ୍ରୀ ରହିବ । ନବରଙ୍ଗପୁରରେ ୧୩, କୋରାପୁଟ ଓ ମାଲକାନଗିରିରେ ୧୪ ଡିଗ୍ରୀ ରହିପାରେ । ଗୁରୁବାର ରାତିରେ ଫୁଲବାଣୀରେ ୧୦.୫ ଡିଗ୍ରୀ ଥିଲା । ଦାରିଙ୍ଗବାଡ଼ିରେ ୧୧, ନବରଙ୍ଗପୁରରେ ୧୨.୫, ନୂଆପଡ଼ାରେ ୧୩ ଡିଗ୍ରୀ ରେକର୍ଡ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+