FM ବିଶ୍ୱବିଦ୍ୟାଳୟରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା;କ୍ୟାମ୍ପସରେ ଫାଣ୍ଡି କରିବାକୁ ଡିଜିପିଙ୍କୁ ଚିଠି ଲେଖିବୁ କହିଲେ କୁଳପତି
ବାଲେଶ୍ୱର FM ବିଶ୍ୱବିଦ୍ୟାଳୟରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ପଦକ୍ଷେପ । ଘଟଣା ସମୟରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡ ବହିଷ୍କୃତ ।
ପ୍ରତି ଗେଟ୍ରେ ୨ ଜଣ ସିକ୍ୟୁରିଟି ଗାର୍ଡ ମୁତୟନ ଅଛନ୍ତି । କ୍ୟାମ୍ପସରେ କାମ କରୁଥିବା ଶ୍ରମିକଙ୍କୁ ଆଧାର କାର୍ଡ ଦେଖାଇବାକୁ ପଡ଼ିବ । କ୍ୟାମ୍ପସରେ ଫାଣ୍ଡି କରିବାକୁ ଡିଜିପିଙ୍କୁ ଚିଠି ଲେଖିବୁ କହିଲେ କୁଳପତି ।

ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । କ୍ୟାମ୍ପସ କ୍ବାର୍ଟର୍ସରେ ଏକା ଥିବାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀ ଶନିବାର ରେମୁଣା ଥାନାରେ ଅଭିଯୋଗ କରିବା ପରେ ନୀଳଗିରି ମର୍ଦ୍ଦରାଜପୁର ଜଣେ ଯୁବକକୁ ରେମୁଣା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଅଭିଯୋଗ ଅନୁସାରେ, ଜଣେ ଯୁବକ କଲିଂ ବେଲ୍ ବଜାଇବାରୁ ପ୍ରଫେସରଙ୍କ ସ୍ତ୍ରୀ କବାଟ ଖୋଲିଥିଲେ । କ'ଣ କାମ ଅଛି ବୋଲି ପଚାରିବାରୁ ଗ୍ୟାସ କାମ କରିବାକୁ ଆସିଥିବା ଯୁବକ ଜଣକ କହିଥିଲେ । ତେବେ ଭିତରକୁ ଯିବା ମାତ୍ରେ ଭିତରୁ କବାଟ ବନ୍ଦ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ଯୁବକ ଜଣକ । ପ୍ରଫେସରଙ୍କ ସ୍ତ୍ରୀ ଚିତ୍କାର କରିବା ସହ ସ୍ବାମୀଙ୍କୁ ଫୋନ କରିଥିଲେ । କଲୋନୀ ଫାଟକ ପାଖରେ ଥିବା ସିକ୍ୟୁରିଟି କୌଶଳ କ୍ରମେ ଯୁବକକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ ।












Click it and Unblock the Notifications