FM ଛାତ୍ରୀ ଆତ୍ମାହୁତି ଘଟଣା: ଦେହରେ ନିଆଁ ଲଗାଇବାରେ ସହଯୋଗ କରିଥିବା ୨ ଛାତ୍ର ଗିରଫ

ବହୁ ଚର୍ଚ୍ଚିତ ବାଲେଶ୍ୱର FM କଲେଜ୍ ଛାତ୍ରୀ ଆତ୍ମାହୁତି ଘଟଣା। ଛାତ୍ରୀଙ୍କ ଆତ୍ମାହୁତିର ୨୩ ଦିନ ପରେ କାର୍ଯ୍ୟାନୁଷ୍ଠାନ। ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ।

ଜଣେ ଛାତ୍ର ଓ ଜଣେ ଅଣଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ୨ ଜଣ ହେଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଓ ଶୁଭ୍ର ସମ୍ୱିତ ନାୟକ। ଦୁହେଁ ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଜଣା ପଡିବା ପରେ ଗିରଫ କଲା କ୍ରାଇମବ୍ରାଞ୍ଚ।

ଗିରଫ ପରେ ୨ ଜଣଙ୍କୁ ସିଦା କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ। ୨ ଅଭିଯୁକ୍ତ ଏବେ ୧୫ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ।

FM student suicide incident 2 students arrested for helping set herself on fire

ସୂଚନାନୂସାରେ, ଜୁଲାଇ ମାସରେ ଏଫଏମ କଲେଜର ଜଣେ ଛାତ୍ରୀ HOD ସମୀର ସାରଙ୍କ ନିର୍ଯ୍ୟାତନାର ଶିକାର ହୋଇ ନ୍ୟାୟ ଭିକ୍ଷା କରି କରି ଶେଷରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ୩ ଦିନର ଜୀବନ ମରଣ ସଂଘର୍ଷ ପରେ ଶେଷରେ ସେ ଆଖି ବୁଜିଥିଲେ। ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ HOD ସମୀର ସାର୍ ଓ ପ୍ରିନ୍ସିପାଲଙ୍କୁ ଗିରଫ କରାଯାଇଥିଲା। ଆଉ ଏବେ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+